ଫ୍ରାନ୍ସରେ ବି କରିହେବ ୟୁପିଆଇର ବ୍ୟବହାର, ଏଫିଲ ଟାଓ୍ବାରରେ ହେଲା ଲଞ୍ଚ

ପ୍ୟାରିସ,୩।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ର ସୀମା ବୃଦ୍ଧି ପାଇଛି। ହଁ … ସମଗ୍ର ଦେଶରେ ଆର୍ଥିକ କାରବାରରେ ପରିବର୍ତ୍ତନ ଆଣିଥିବା ୟୁପିଆଇ, ବର୍ତ୍ତମାନ ଫ୍ରାନ୍ସରେ ମଧ୍ୟ ବ୍ୟବହାର କରାଯାଇପାରିବ। ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏଫିଲ ଟାୱାରରେ ୟୁପିଆଇ ଲଞ୍ଚ କରାଯାଇଥିଲା। ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ଶୁକ୍ରବାର କହିଛି ଯେ ସର୍ବଭାରତୀୟ ସ୍ତରରେ ୟୁପିଆଇ ନେବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦର୍ଶନର ଏକ ଅଂଶ।

ସୂଚନାଯୋଗ୍ୟ, ୟୁପିଆଇ ହେଉଛି ଭାରତର ମୋବାଇଲ ଆଧାରିତ ପେମେଣ୍ଟ ସିଷ୍ଟମ। ଏହା ଏକ ସିଷ୍ଟମ ଯାହା ଗୋଟିଏ ମୋବାଇଲ ଆପ୍ଲିକେସନରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ପ୍ରଦାନ କରେ। ୨୦୨୩ ପାଇଁ ଭାରତ-ଫ୍ରାନ୍ସ ମିଳିତ ବିବୃତ୍ତିରେ ଉଭୟ ଦେଶ ଡିଜିଟାଲ ବ୍ୟବସ୍ଥାକୁ ମଜବୁତ କରିବାକୁ ପ୍ରୋତ୍ସାହିତ କରିଥିଲେ। ସେହିଭଳି ଫ୍ରାନ୍ସ ଏବଂ ୟୁରୋପରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) କାର୍ଯ୍ୟକାରୀ କରିବାକୁ ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ ଲିମିଟେଡ (ଏନଆଇପିଏଲ) ଏବଂ ଫ୍ରାନ୍ସର ଲିରା କଲେକ୍ଟ ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।

Share