ବଦଳିଯିବ UPI ନିୟମ, ଏହି ପରିବର୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

ନୂଆଦିଲ୍ଲୀ,୩୧।୧: ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି।

ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିସାରିଛି। ଏଥିରେ ବଦଳିବାକୁ ଯାଉଥିବା ଅନିୟମ ବିଷୟରେ କୁହାଯାଇଛି।

NPCI କହିଛି ଯେ, ଏହି ପରିବର୍ତ୍ତନ କିଛି UPI ୟୁଜର୍ସଙ୍କ ଉପରେ ପ୍ରଭାବ ପକାଇବ। ଏନପିସିଆଇ UPI ଟ୍ରାନଜାକ୍ସନ ଆଇଡି କରିବାର ପ୍ରକ୍ରିୟାକୁ ଷ୍ଟାଣ୍ଡାଡାଇଜ କରିବାକୁ ଘୋଷଣା କରିଛି।

NPCI କହିଛି ଯେ, ଯେଉଁ ୟୁଜର ମାନଙ୍କ UPI ଆଇଡିରେ ସ୍ପେଶାଲ ଅକ୍ଷର ରହିଛି, ସେମାନଙ୍କ ପେମେଣ୍ଟ ସ୍ୱୀକାର କରାଯିବ ନାହିଁ।

NPCI ଦ୍ୱାରା ଶେୟାର କରାଯାଇଥିବା ସୂଚନା ଅନୁଯାୟୀ ୟୁଜର୍ସ କେବଳ ଆଲଫାନ୍ୟୁମରିକ ସଂଖ୍ୟା ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ID ରୁ ଟ୍ରାନଜାକ୍ସନ କରିପାରିବେ। ଯେଉଁମାନେ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରୁ ନ ଥିବେ, ସେମାନଙ୍କର ID ବ୍ଲକ୍ ହୋଇଯିବ।

NPCIର ନୂଆ ଗାଇଡଲାଇନ ଅନୁଯାୟୀ ୧ ଫେବୃଆରୀ ୨୦୨୫ ରୁ ଲାଗି ହେବ। ଏନପିସିଆଇ UPI ଅପରେଟରଙ୍କୁ ସ୍ପଷ୍ଟ କରିଦେଇଛି କି ସେମାନେ UPI ଟ୍ରାନଜାକ୍ସନ ପାଇଁ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରିବେ।

ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର ନ କଲେ ସିଷ୍ଟମ କୌଣସି UPI ଟ୍ରାନଜାକ୍ସନକୁ ଅନୁମତି ଦେବ ନାହିଁ। ଏହି ନିୟମକୁ ପାଳନ କରିବାର ଦାୟିତ୍ୱ ପେମେଣ୍ଟ ଆପ୍ ଉପରେ ରହିବ।

ପୂର୍ବରୁ ମଧ୍ୟ NPCI ପକ୍ଷରୁ UPI ଟ୍ରାନଜାକ୍ସନ ID ପାଇଁ ସ୍ପେଶାଲ ଅକ୍ଷର ବଦଳରେ ଆଲଫାନ୍ୟୁମରିକ ଅକ୍ଷର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ତେବେ UPI ଏହି ନିୟମ ସାଧାରଣ ଲୋକଙ୍କ ପାଇଁ ନୁହେଁ, ଏହା UPI ସର୍ଭିସ ଯୋଗାଉଥିବା ଆପ୍ ବା ଫାର୍ମ ଗୁଡିକ ପାଇଁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image