ନୂଆଦିଲ୍ଲୀ,୯।୧: ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ଗୁଗଲ ପେ, ଫୋନ ପେ, ପେଟିଏମ୍ ଭଳି ବିଭିନ୍ନ ୟୁପିଆଇ ଆପ୍ଲିକେଶନରେ ଅନଲାଇନ ପେମେଣ୍ଟ ହୋଇପାରୁ ନାହିଁ। ଏଥିଯୋଗୁ ବହୁ ସଂଖ୍ୟାରେ ୟୁପିଆଇ ୟୁଜର୍ସ ପେମେଣ୍ଟ ହେଉ ନ ଥିବା ଏବଂ ସର୍ଭର ଡାଉନ ଥିବା ରିପୋର୍ଟ କରୁଛନ୍ତି।
ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ)ର ପେମେଣ୍ଟ ବ୍ୟବସ୍ଥା ୟୁପିଆଇ (ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ) ରବିବାର ସନ୍ଧ୍ୟାରେ କିଛି ଘଣ୍ଟା ହେଲା ଡାଉନ ହୋଇଯାଇଛି। ଫଳରେ ଡିଜିଟାଲ ଓ୍ବାଲଟ୍ ଓ ଅନଲାଇନ ପେମେଣ୍ଟ ହୋଇପାରୁ ନାହିଁ। ଏନ୍ପିସିଆଇ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି।
“ୟୁଜର୍ସଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ। ଟେକନିକାଲ ସମସ୍ୟା ଯୋଗୁ ୟୁପିଆଇ ପେମେଣ୍ଟ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ ଚାଲିଛି” ବୋଲି ଏନ୍ପିସିଆଇ ଟୁଇଟ୍ କରିଛି।