
ନୂଆଦିଲ୍ଲୀ,୨୬।୩: UPI ସେବାରେ ଏକ ବଡ଼ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ମିଳିଛି। ଫଳରେ ହଜାର ହଜାର ଉପଭୋକ୍ତା ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରେ GooglePay ଏବଂ PhonePe ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଅନେକ ବ୍ୟବହାରକାରୀ ସୋସିଆଲ ମିଡିଆରେ ସେମାନଙ୍କର ସମସ୍ୟାକୁ ଉଲ୍ଲେଖ କରୁଥିବା ଦେଖାଯାଇଛି।
ଡାଉନଡିଟେକ୍ଟରର ରିପୋର୍ଟ ଅନୁସାରେ, ଏହି ସମସ୍ୟା ସା ୭ଟାରୁ ହେଉଛି। ଏଥିଯୋଗୁ ପ୍ରାୟ ୨୩,୦୦୦ ଅଭିଯୋଗ ପଞ୍ଜିକୃତ ହୋଇସାରିଛି। ଏଥିମଧ୍ୟରୁ ଅନେକ ଉପଭୋକ୍ତା ଟଙ୍କା ପଠାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ କିଛି ଲୋକ ଟଙ୍କା ଗ୍ରହଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ବିଭ୍ରାଟ ଯୋଗୁ ୮୨ ପ୍ରତିଶତ ଉପଭୋକ୍ତା ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହି ସମୟରେ ୧୩ ପ୍ରତିଶତ ଉପଭୋକ୍ତା ପାଣ୍ଠି ସ୍ଥାନାନ୍ତର କରିବାରେ ଏବଂ ୪ ପ୍ରତିଶତ ଉପଭୋକ୍ତା ଆପ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
UPI ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ସେବା
ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଏକ ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ସେବା। ଯାହାକୁ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ସେବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ମୋବାଇଲ ଫୋନ ମାଧ୍ୟମରେ ବିନା କୌଣସି ଅସୁବିଧାରେ ଟଙ୍କା ପଠାଇବା ଏବଂ ଗ୍ରହଣ କରିବାର ସୁବିଧା ପ୍ରଦାନ କରିଥାଏ। UPI ମାଧ୍ୟମରେ ଲୋକମାନେ ସହଜରେ ଅନଲାଇନ ଶପିଂ, ବିଲ୍ ପେମେଣ୍ଟ, ଟଙ୍କା ଟ୍ରାନ୍ସଫର ଏବଂ ଅନ୍ୟାନ୍ୟ ଅନେକ କାରବାର କରିଥାଆନ୍ତି। ଏଭଳି ସ୍ଥିତିରେ ଉପୁଜିଥିବା ବିଭ୍ରାଟକୁ ସମାଧାନ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି।
UPI is down for the first time & it is already showing an impact.
Most of us already stopped carrying liquid cash & this downtime has created a do or die situationElders were right about carrying cash
pic.twitter.com/HKhF7ye9zl
— Sankrityayn
(@yashcool771) March 26, 2025