ୟୁପିଆଇରେ ୧୦୦୦କୋଟି ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ,୧।୯: ଅଗଷ୍ଟରେ ୟୁନିଫାଏଡ ପେମେଣ୍ଟ ସିଷ୍ଟମ (ୟୁପିଆଇ) ମାଧ୍ୟମରେ ଟ୍ରାଞ୍ଜାକ୍ସନ ୧୦୦୦କୋଟି ଅତିକ୍ରମ କରିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏହି ପରିପ୍ରେକ୍ଷୀରେ ସର୍ବଶେଷ ତଥ୍ୟ ପ୍ରକାଶ କରିଛି। ଏନପିଏସଆଇ ହେଉଛି ଭାରତର ସମସ୍ତ ଖୁଚୁରା ଦେୟ ପ୍ରଣାଳୀର ମୁଖ୍ୟ ସଂସ୍ଥା। ଅନଲାଇନ ଦ୍ୱାରା ମୋବାଇଲ ଫୋନ ମାଧ୍ୟମରେ ତୁରନ୍ତ ଟଙ୍କା କାରବାର ପାଇଁ ୟୁପିଆଇ ବ୍ୟବହୃତ ହୁଏ ।

ଏନପିସିଆଇ ଅନୁଯାୟୀ, ୟୁପିଆଇ ଦ୍ୱାରା ୧୦୦୦କୋଟିରୁ ଅଧିକ ଟ୍ରାଜ୍ଞାକ୍ସନ ହେବା ଦ୍ୱାରା ରେକର୍ଡ ସୃଷ୍ଟି ହୋେଇଛି। ଅଗଷ୍ଟ 30 ରେ ୟୁପିଆଇ କାରବାର ୧୦.୨୪କୋଟିରେ ପହଞ୍ଚିଛି। ଜୁଲାଇରେ ୟୁପିଆଇ କାରବାର ୯.୯୬କୋଟିରେ ପହଞ୍ଚିଥିଲା।ଜୁନ ମାସରେ ଏହା ୯.୩୩କୋଟି ଥିଲା।

Share