Categories: ଜାତୀୟ

ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି

ନୂଆଦିଲ୍ଲୀ,୧୨।୯: ୧୫୨ବର୍ଷ ପୁରୁଣା ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଶୀର୍ଷ ଅଦାଲତରୁ କେନ୍ଦ୍ରକୁ ଏକ ଝଟକା ଲାଗିଛି। ଦେଶଦ୍ରୋହ ଆଇନର ବୈଧତାର ଯାଞ୍ଚକୁ ସ୍ଥଗିତ ରଖିବାକୁ କେନ୍ଦ୍ରର ଅନୁରୋଧକୁ କୋର୍ଟ ଅସ୍ବୀକାର କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ଭାରତୀୟ ଦଣ୍ଡ ସଂହିତା ୧୨୪ଏ ଅନୁଯାୟୀ, ଦେଶଦ୍ରୋହ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ଅତି କମରେ ପାଞ୍ଚ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚକୁ ପଠାଇବାକୁ ସହମତ ହୋଇଛନ୍ତି।

 

 

 

Share