Categories: ଜାତୀୟ

ଆଦାନୀ ମାମଲାକୁ ନେଇ ପୁଣି ଗୃହରେ ହଟ୍ଟଗୋଳ: ଲୋକ ସଭା ପରେ ରାଜ୍ୟ ସଭା ବି ମଙ୍ଗଳବାର ଯାଏ ସ୍ଥଗିତ

ନୂଆଦିଲ୍ଲୀ,୬।୨: ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ରାସ୍ତାରୁ ନେଇ ସଂସଦ ପର୍ଯ୍ୟନ୍ତ ପ୍ରଦର୍ଶନ କରୁଛନ୍ତି। ସୋମବାର ମଧ୍ୟ ସଂସଦର ଉଭୟ ଗୃହରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ହଟ୍ଟଗୋଳ କରିଛନ୍ତି। ଲଗାତର ତୃତୀୟ ଦିନରେ ମଧ୍ୟ ବିରୋଧୀ ଦଳ ସଂସଦର ଉଭୟ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି। ଆଦାନୀ ମାମଲାକୁ ନେଇ ଲୋକ ସଭାରେ ବିରୋଧୀ ଏମ୍‌ପିମାନେ ବିଭିନ୍ନ ସ୍ଲୋଗାନ୍‌ ଦେଇଥିଲେ। ଫଳରେ ଲୋକ ସଭାକୁ ମଙ୍ଗଳବାର ଅର୍ଥାତ୍‌ ୭ ତାରିଖ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସେହିପରି ରାଜ୍ୟ ସଭା କାର୍ଯ୍ୟ ମଧ୍ୟ ମଙ୍ଗଳବାର ଯାଏ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏହାପୂର୍ବରୁ ରାଜ୍ୟ ସଭାରେ ଆଦାନୀ ପ୍ରସଙ୍ଗ ଉପରେ ଆଲାଚନା କରିବାକୁ ନେଇ ବିରୋଧୀଙ୍କ ଉତ୍ତେଜନା ଯୋଗୁ ଦିନ ୨ଟା ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖାଯାଇଥିଲା।

Share