Categories: ଜାତୀୟ

ବାଚସ୍ପତି ପଦ ସମ୍ଭାଳିବା ପରେ ପରେ ଜରୁରୀକାଳୀନ ସ୍ଥିତି -ଇନ୍ଦିରା ଗାନ୍ଧୀଙ୍କ କଥା ଉଠାଇଲେ ବିର୍ଲା, ଲୋକ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦ ସମ୍ଭାଳିବା ପରେ ଓମ୍‌ ବିର୍ଲା ଜରୁରୀକାଳୀନ ପରିସ୍ଥିତି ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବୟାନ ଦେଇଥିଲେ। ଏହାକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ବିଶେଷକରି ବିରୋଧୀ ଦଳର ଏମ୍‌ପିମାନେ ଏହାକୁ ଦୃଢ଼ ପ୍ରତିବାଦ କରିଛନ୍ତି।
ଜରୁରୀକାଳୀନ ପରିସ୍ଥିତିରେ ନାଗରିକମାନଙ୍କର ଅଧିକାର କ୍ଷୁର୍ଣ୍ଣ ହୋଇଥିଲା। ୧୯୭୫ରେ ଦେଶରେ ଜରୁରୀକାଳୀନ ସ୍ଥିତିକୁ ଲଗାଇ ଦିଆଯାଇଥିଲା। ଏହା ଭାରତୀୟ ଗଣତନ୍ତ୍ରରେ ଏକ କଳା ଅଧ୍ୟାୟ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ସ୍ଥିତି ଲଗାଇ ସମ୍ବିଧାନ ଉପରେ ଆକ୍ରମଣ କରିଥିଲେ ବୋଲି କହି ଏହାକୁ ବାଚସ୍ପତି ନିନ୍ଦା କରିଥିଲେ।

ଏହାକୁ ନେଇ ଗୃହରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ଜୋରଦାର ହଙ୍ଗାମା କରିବା ସହ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ବାଚସ୍ପତି ଜରୁରୀକାଳୀନ ସ୍ଥିତି ଉପରେ ଏକ ପ୍ରସ୍ତାବ ପଢ଼ି ଉକ୍ତ ସମୟରେ ମୃତ୍ୟୁବରଣ କରିଥିବା ନାଗରିକଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରିବାକୁ କହିଥିଲେ। ପରେ ଶାସକ ଦଳ ସଦସ୍ୟ କିଛି ସମୟ ନିରବ ରହିଥିଲେ ହେଁ ବିରୋଧୀ ନେତାମାନେ ସ୍ଲୋଗାନ ଦେବା ଜାରି ରଖିଥିଲେ।

Share