ନୂଆଦିଲ୍ଲୀ,୩।୨: ବଜେଟ ଅଧିବେଶନର ଚତୃର୍ଥ ଦିନରେ ମଧ୍ୟ ସଂସଦରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା ପରଠାରୁ ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ଫଳରେ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏହାପରେ ସଂସଦର ଉଭୟ ଗୃହ ଲୋକ ସଭା ୨ଟା ପର୍ଯ୍ୟନ୍ତ ଓ ରାଜ୍ୟ ସଭା କାର୍ଯ୍ୟକୁ ୨ଟା ୩୦ଯାଏ ସ୍ଥଗିତ ରଖାଯାଇଛି। ୨ଟା ୩୦ପରେ ପୁଣି ରାଜ୍ୟ ସଭା ବୈଠକ କରିବେ। ହିଡେନ୍ବର୍ଗ ରିପୋର୍ଟ ଏବଂ ଆଦାନୀ ଗ୍ରୁପ୍ କମ୍ପାନୀଗୁଡ଼ଇକର ଶେୟାର ମୂଲ୍ୟରେ ବ୍ୟାପକ ହ୍ରାସ ଉପରେ ଆଲୋଚନା କରିବାକୁ ବିରୋଧୀ ସଦସ୍ୟ ଦାବି କରିଛନ୍ତି। ମିଳିତ ସଂସଦୀୟ କମିଟି ତଦନ୍ତ କିମ୍ବା ସୁପ୍ରିମକୋର୍ଟଙ୍କ ତଦାରଖକାରୀ ପ୍ୟାନେଲ ଦ୍ୱାରା ଯାଞ୍ଚ ପାଇଁ ବିରୋଧୀ ଜୋର ଦେଇଛନ୍ତି।