Categories: ଜାତୀୟ

ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇଥିବାରୁ ପରିବାର ସହ ମନ୍ଦିରରେ ଭାଙ୍ଗଡା କଲେ ଗାମିନୀ ସିଂଘଲ

ବିଲାସପୁର,୩୧ ।୫: ୟୁପିଏସସି ପକ୍ଷରୁ ସୋମବାର ସିଭିଲ ସିର୍ଭିସ ପରୀକ୍ଷାର ଫାଇନାଲ ରିଜଷ୍ଟ ଜାରି କରାଯାଇଛି । ହିମାଳଚ ପ୍ରଦେଶ ବିଳାସପୁର ଜିଲାର ନୈନା ଦେବୀ ଉପମଣ୍ଡଳର ଝିଅ ଗାମିନି ସିଂଘଲଙ୍କୁ ଅଲ ଇଣ୍ଡିଆ ସିଭିଲ ସର୍ଭିସରେ ସାରା ଦେଶରେ ତୃତୀୟ ସ୍ଥାନ ମିଳିଛି । ଗାମିନୀଙ୍କ ସଫଳତାକୁ ନେଇ କେବଳ ପରିବାର ନୁହେଁ ବରଂ ସମ୍ପୂର୍ଣ୍ଣ ନୈନା ଦେବୀ ଉପମଣ୍ଡଳ ଖୁସି ହୋଇଯାଇଛନ୍ତି ।

ଗାମିନୀଙ୍କ ମାତା ନିରଜା ସିଂଘଲ ଓ ପିତା ଆଲୋକ ସିଂଘଲ ଉଭୟ ପେଶାରେ ଡାକ୍ତର । ତେବେ ଝିଅର ସଫଳତାରେ ପୂରା ପରିବାର ଖୁସି ହେବା ସହ ବିଶ୍ୱ ବିଖ୍ୟାତ ଶକ୍ତିପୀଠ ଶ୍ରୀ ନୈନା ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିର ପରିସରରେ ଢୋଲର ତାଳେ ତାଳେ ପରିବାରର ସମସ୍ତ ସଦସ୍ୟ ନାଚିବାକୁ ଲାଗିଥିଲେ ଓ ମାଆଙ୍କ ଆଶୀର୍ବାଦ ନେଇଥିଲେ । ଏହାପରେ ଖରବଦାତାଙ୍କୁ ଦେଇଥିବା ସାକ୍ଷାତ୍‌କାରରେ ଗାମିନୀ କହିଥିଲେ ମାତା ଦେବୀ ଯେବେ ଦିଅନ୍ତି ଛପର ଫାଡି ଦିଅନ୍ତି ।

Share