Categories: ଜାତୀୟ

ପରୀକ୍ଷାର ଦିନକ ପୂର୍ବରୁ ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୯।୧୦: ୟୁପିଏସ୍‌ସି ପ୍ରିଲିମ୍‌ ୨୦୨୧ ପରୀକ୍ଷା ରବିବାର ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ରୀୟ ଦିଲ୍ଲୀର ରାଜେନ୍ଦ୍ର ନଗରରେ ଜଣେ ୨୫ ବର୍ଷୀୟ ୟୁପିଏସ୍‌ସି ଆଶାୟୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଭାଦୋହି ଅଞ୍ଚଳର ଆକାଂକ୍ଷା ମିଶ୍ରା ୨୦୨୧ ଜୁନ୍‌ରୁ ଦିଲ୍ଲୀରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଅକ୍ଟୋବର ୨ରୁ ସେ ପୁରୁଣା ରାଜେନ୍ଦ୍ର ନଗରର ଏକ ଭଡ଼ାଘରେ ରହୁଥିଲେ। ଶୁକ୍ରବାର ରାତିରେ ତାଙ୍କ ମୃତଦେହ ସିଲିଂ ଫ୍ୟାନ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ହେଲେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ ଜବତ ହୋଇ ନ ଥିବା ସେଣ୍ଟ୍ରାଲ ଦିଲ୍ଲୀ ଡିସିପି ଶ୍ୱେତା ଚୌହାନ କହିଛନ୍ତି। ଘରର କବାଟ ଭିତର ପଟୁ ବନ୍ଦ ଥିଲା।

Share