ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୪।୨: ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ମଙ୍ଗଳବାର ବିଜ୍ଞପ୍ତି ଜାରି କରି ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯୋଗ୍ୟ ଆଶାୟୀମାନେ ୟୁପିଏସସି ଅଫିସିଆଲ୍ ୱେବସାଇଟ୍ https://upsc.gov.in/ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୫ ରହିଛି। ଏହି ପରୀକ୍ଷା ମାଧ୍ୟମରେ ପ୍ରାୟ ୧,୦୫୬ ଖାଲି ପଦବୀ ପୂରଣ ହେବ। ଏଥିପାଇଁ ମେ ୨୬ ରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ।

ବୟସସୀମା: ଆଶାୟୀ ପ୍ରାଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା: ଆଶାୟୀ ପ୍ରାର୍ଥୀ ଅତିକମରେ ସ୍ନାତକ ଡିଗ୍ରୀ ହାସଲ କରିବା ଆବଶ୍ୟକ।

କେତେଥର ପରୀକ୍ଷା ଦେଇପାରିବେ: ଲୋକସେବା ପରୀକ୍ଷା (CSE) ପାଇଁ ପ୍ରାର୍ଥୀଙ୍କୁ ସର୍ବାଧିକ ୬ ଥର ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି। ତେବେ ଏସସି, ଏସଟି, ଓବିସି ଏବଂ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀମାନଙ୍କୁ ଅଧିକ ସୁଯୋଗ ମିଳିପାରେ।

ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ ତିନୋଟି ପର୍ଯ୍ୟାୟରେ(ପ୍ରିଲିମ୍, ମେନ୍, ଏବଂ ସାକ୍ଷାତକାର) ପରୀକ୍ଷା ପରେ ଯୋଗ୍ୟପ୍ରାଥୀ ଚୟନ କରାଯିବ।