ପ୍ରକାଶ ପାଇଲା ୟୁପିଏସ୍‌ସି ପରୀକ୍ଷା ଫଳ: ଟପ୍‌ ଟେନ୍‌ରେ ୨ ଓଡ଼ିଆ

ଭୁବନେଶ୍ୱର,୪।୮(ବ୍ୟୁରୋ): ୟୁପିଏସ୍‌ସି (ୟୁନିୟନ ପବ୍ଲିକ ସର୍ଭିସ କମିଶନ) ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତ ବର୍ଷ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଦୀପ ସିଂ ଟପ୍ପର ହୋଇଛନ୍ତି। ଏହା ସହ ଟପ୍‌ ଟେନ୍‌ ଲିଷ୍ଟରେ ଓଡ଼ିଶାର ୨ ଜଣ ଅଛନ୍ତି। ଓଡ଼ିଶାର ଅଭିଷେକ୍‌ ସରାଫ ଅଷ୍ଟମ ସ୍ଥାନରେ ଥିବାବେଳେ ରାଉରକେଲାର ଝିଅ ସଞ୍ଜିତା ମହାପାତ୍ରଙ୍କୁ ମିଳିଛି ଦଶମ ର଼୍ୟାଙ୍କ। ସେମାନଙ୍କ ସହ ଏଥର ବହୁ ଓଡ଼ିଆ ଝିଅ, ପୁଅ ଏଥିରେ ବାଜିମାରିଛନ୍ତି।

Share