Posted inଫୁରସତ

ସାରା ଦିନ ଟିଭିରେ ସିରିଏଲ୍‌ ଦେଖି ରୋଷେଇ କଲେ ନାହିଁ ଶାଶୁ: ବାସି ଖାଇବାକୁ ଦେଉଥିବା କହି ପୋଲିସ ଡାକିଲେ ବୋହୁ; ତା’ ପରେ…

ଗୋରଖପୁର: ଶାଶୁ ବାସି ଖାଇବାକୁ ଦେଲେ ବୋଲି କହି ପୋଲିସ ଡାକିଲେ ବୋହୂ। ଉତ୍ତରପ୍ରଦେଶର ଗୋରଖପୁରରେ ଏଭଳି ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଛି। ଟିଭି ଦେଖୁଥିବାରୁ ରୋଷେଇ କରିବାକୁ ମନା କରିଥିଲେ ଶାଶୁ। ଏଥିରେ ରାଗିଯାଇ ବୋହୂ ୧୧୨ ନଂରେ ଫୋନ୍‌ କରି ପୋଲିସକୁ ଡାକିଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ବାସ୍ତବତା ଜାଣିବା ପରେ ମୁଣ୍ଡରେ ହାତ ଦେଇଥିଲା। ଏଥିସହ ଉଭୟଙ୍କୁ ବୁଝାସୁଝା କରିଥିଲା। ଆଗାମୀ ଦିନରେ ଏଭଳି କାଣ୍ଡ ଘଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇଥିଲା।

ଗୋରଖପୁରର ଗଗହା ଥାନା ଅଞ୍ଚଳର ଏହି ଘଟଣା। ୪ ଲୋକଙ୍କୁ ନେଇ ପରିବାର ଥିବା ବେଳେ ବାପା ଓ ପୁଅ ବାହାରେ ଚାକିରି କରିଥାନ୍ତି। ଏଣୁ ଘରେ ଶାଶୁବୋହୁ ରହୁଥିଲେ। ସେମାନଙ୍କ ମଧ୍ୟରେ ଛୋଟ କଥାକୁ ନେଇ ପାଟିତୁଣ୍ଡ ହେଉଥିଲା। ହେଲେ ଉକ୍ତଦିନ ଶାଶୁ ବାସି ଖାଇବା ଦେଇଥିବାରୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ନେଇ ପୋଲିସ ଆଗରେ ଅଭିଯୋଗ କରିଥିଲେ ବୋହୂ। ସାରାଦିନ ଟିଭି ଦେଖୁଥିବାରୁ ସେ ତାଙ୍କୁ ଠିକ୍‌ରେ ରୋଷେଇ କରି ଦେଉ ନ ଥିବା କହିଥିଲେ। ଅପରପକ୍ଷେ ଏହା ମିଥ୍ୟା ବୋଲି ଶାଶୁ କହିଥିଲେ। ସେ ପ୍ରତ୍ୟହ ରୋଷେଇ କରି ଗରମ ଖାଇବା ପରସନ୍ତି ବୋଲି କହିଥିଲେ। ଶେଷରେ ପୋଲିସ ଉଭୟଙ୍କ କଥାଶୁଣି ସେମାନଙ୍କୁ ବୁଝାଇ ଘଟଣାର ସମାଧାନ ବାହାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri