Categories: ବାଣିଜ୍ୟ

ସହରାଞ୍ଚଳ ଖାଉଟିଙ୍କ ଆତ୍ମବିଶ୍ୱାସ ପ୍ରଭାବିତ

ନୂଆଦିଲ୍ଲୀ,୨୨।୪: କୋଭିଡ୍‌ ଯୋଗୁ ସାରା ଦେଶର ଖାଉଟିମାନେ ବର୍ତ୍ତମାନ ପ୍ରଭାବିତ ସ୍ତରରେ ରହିଛନ୍ତି। ଏପ୍ରିଲ ମାସରେ ସହରାଞ୍ଚଳ ଖାଉଟିମାନେ ବେଶି ପ୍ରଭାବିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ଅବଧିରେ ସହରାଞ୍ଚଳ ଖାଉଟିଙ୍କ ଆତ୍ମବିଶ୍ୱାସ ୧.୧% ପରସେଣ୍ଟେଜ ପଏଣ୍ଟ ଦୁର୍ବଳ ହୋଇଥିବା ରିଫାଇନେଟିଭ ଇପସସ ପ୍ରାଇମେରି କଞ୍ଜ୍ୟୁମର ସେଣ୍ଟିମେଣ୍ଟ ଇଣ୍ଡେକ୍ସ ସର୍ଭେରୁ ସାମ୍ନାକୁ ଆସିଛି। ନିଯୁକ୍ତି, ବ୍ୟକ୍ତିଗତ ଫାଇନାନ୍ସ, ଅର୍ଥନୀତି ଏବଂ ଭବିଷ୍ୟତ ନିବେଶ ଭଳି ୪ ସୂଚୀରେ ଖାଉଟିଙ୍କ ଆତ୍ମବିଶ୍ୱାସ ଖସିଛି। ମାର୍ଚ୍ଚ ୨୬ରୁ ଏପ୍ରିଲ ୯ ମଧ୍ୟରେ ଏଥିନେଇ ଅନ୍‌ଲାଇନରେ ଏକ ସର୍ଭେ କରାଯାଇଥିଲା।

Share