ସହରୀ ଭାରତୀୟଙ୍କୁ ଘାରିଛି ବେକାରୀ-ଦୁର୍ନୀତି-ଦରଦାମ୍‌ ବୃଦ୍ଧି-ମୁଦ୍ରାସ୍ଫୀତି ଚିନ୍ତା: ସର୍ଭେ ରିପୋର୍ଟ…

ପ୍ୟାରିସ୍‌/ନୂଆଦିଲ୍ଲୀ,୩୦।୧୦ : ସହରରେ ବାସ କରୁଥିବା ଭାରତୀୟମାନେ ବେକାରୀ, ଦୁର୍ନୀତି, ଦରଦାମ୍‌ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଫ୍ରାନ୍ସର ପ୍ୟାରିସରେ ଥିବା ଆଇପିଏସଓଏସ(ଇସସ୍ପୋସ୍‌)ର ମୁଖ୍ୟାଳୟ ପକ୍ଷରୁ ହୋଇଥିବା ସର୍ବଶେଷ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ଦଶ ଜଣ ସହରୀ ଭାରତୀୟଙ୍କ ମଧ୍ୟରୁ ଦୁଇଜଣ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଆଇପିଏସଏସ ସର୍ଭେ ‘ହ୍ବାଟ୍‌ ଓରିଜ୍‌ ଦ ଓ୍ବାଲର୍‌ଡ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମୁଦ୍ରାସ୍ଫୀତି ନେଇ ଚିନ୍ତିତ ଥିବା ୨୯ଟି ଦେଶର ତାଲିକାରେ ସର୍ବନିମ୍ନରେ ଭାରତ ରହିଛି। ଅକ୍ଟୋବରରେ କରାଯାଇଥିବା ସର୍ଭେର ଫଳାଫଳ ଉପରେ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ବ୍ୟାପୀ ମୁଦ୍ରାସ୍ଫୀତି ନାଗରିକଙ୍କ ମଧ୍ୟରେ ଚିନ୍ତାର ଏକ ମୁଖ୍ୟ କାରଣ ପାଲଟିଛି ଏବଂ ଗତ ମାସରେ ଏହା ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ବିଶ୍ୱସ୍ତରରେ ନାଗରିକମାନେ ଦାରିଦ୍ର୍ୟ, ସାମାଜିକ ଅସମାନତା, ବେକାରୀ, ହିଂସାତ୍ମକ ଅପରାଧ ଏବଂ ଆର୍ଥିକ ତଥା ରାଜନୈତିକ ଦୁର୍ନୀତି ଭଳି ପ୍ରସଙ୍ଗକୁ ନେଇ ଚିନ୍ତିତ ଅଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ୭୬ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ଯେ ଦେଶ ସଠିକ ଦିଗରେ ଗତି କରୁଛି। ଏହି ତାଲିକାରେ ସୌଦି ଆରବଶୀର୍ଷରେ ରହିଛି। ଏଠାରେ ୯୩ ପ୍ରତିଶତ ନାଗରିକ ବିଶ୍ୱାସ କରନ୍ତି ଯେ ଦେଶ ସଠିକ ଦିଗରେ ଆଗେଇ ଚାଲିଛି। ପ୍ରକାଶ ଥାଉକି, ସର୍ଭେର ଫଳାଫଳ ଉପରେ ଇସସ୍ପୋସ୍‌ ସିଇଓ ଅମିତ ଆଦାରକର କହିଛନ୍ତି, ଭାରତ ଭଳି ବଜାରରେ କରୋନା ମହାମାରୀର ପ୍ରଭାବ ଏବଂ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ଅନୁଭୂତ ହେଉଛି। ଏହା ଚାକିରି ଉପରେ ପ୍ରଭାବ ପକାଉଛି, ଯାହାଦ୍ୱାରା ଦୁର୍ନୀତି, ଅପରାଧ ଏବଂ ସାମାଜିକ ଅସମାନତା ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri