କାର୍ଯ୍ୟକ୍ଷମ ହୋଇପାରିନି ଅର୍ବାନ ହାଟ

କଟକ,୨୨ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଏପ୍ରିଲ ପୂରି ସେପ୍ଟେମ୍ବର ସରିବାକୁ ବସିଲାଣି। ହେଲେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ଛତ୍ରବଜାର ଅର୍ବାନ ହାଟ। ଏପରିକି ଚଳିତ ମାସ ୧୬ ତାରିଖରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଲୋକାର୍ପଣ ହେବାର ୫ ଦିନ ପରେ ବି ଅର୍ବାନ ହାଟ କାର୍ଯ୍ୟକ୍ଷମ ହେଲା ନାହିଁ। ଅପରପକ୍ଷରେ ସ୍ଥାୟୀ ଏବଂ କଂକ୍ରିଟ ପିଣ୍ଡିିରେ ବସି ବେପାର କରିବା ଲକ୍ଷ୍ୟରେ ଥିବା ପରିବା ବ୍ୟବସାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ଧାରରେ। କାରଣ ଏକ ହଜାରରୁ ଅଧିକ ବ୍ୟବସାୟୀ ଥିବାବେଳେ ନିିର୍ମାଣ ହୋଇଥିବା ୫୫୦ ପିଣ୍ଡି କାହାକୁ ମିଳିବ ତା ସ୍ଥିର ହୋଇପାରିନାହିଁ। ସେଥିପାଇଁ ପିଣ୍ଡିଟିଏ ପାଇବା ପାଇଁ କେତେ ଦେୟ ଦେବାକୁ ହେବ, ହାଟ ଭିତରକୁ କେବେ ବ୍ୟବସାୟୀ ଯିବେ, ତାର ଠିକ୍‌ ସୂଚନା କାହା ପାଖରେ ନାହିଁ। ତେବେ ଏହାକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି।
ଛତ୍ରବଜାର ପରିବା ମାର୍କେଟ ଏବେ ସ୍ମାର୍ଟ ଅର୍ବାନ ହାଟର ରୂପ ଦେବା ପାଇଁ ସିଏମ୍‌ସି ପକ୍ଷରୁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚରେ ଏହାକୁ ନିର୍ମାଣ କରାଯାଇଛି। ହାଟରେ ୫୫୦ ଜଣ ପରିବା ବ୍ୟବସାୟୀଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଛି। ତାଳଦଣ୍ଡା କେନାଲର ମୁଖ୍ୟ ରାସ୍ତା ପାର୍ଶ୍ୱରେ ନିର୍ମିତ ଏହି ସ୍ମାର୍ଟ ହାଟକୁ ପ୍ରବେଶ ପ୍ରସ୍ଥାନ ପାଇଁ ତିନୋଟି ମୁଖ୍ୟ ବାଟ ରହିଥିବା ବେଳେ ହାଟ ଆଗରେ ଦୁଇଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ହେଲେ ଚାରିଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇ ନ ଥିବାରୁ ଆଗକୁ ଏହାକୁ ନେଇ ହୁଏତ ଟ୍ରାଫିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପୁରୁଣା କ୍ବାର୍ଟର୍ସର ପ୍ରାୟ ତିନି ଏକରରୁ ଅଧିକ ଜାଗାକୁ ୭ଫୁଟ ପୋତାଯାଇ ଏହି ସ୍ମାର୍ଟ ହାଟ ନିର୍ମାଣ କରାଯାଇଛି। ସ୍ମାର୍ଟ ହାଟ ଭିତରେ ୩୫ଟି ବ୍ଲକ କରାଯାଇ ପିଣ୍ଡି ହୋଇଛି। ଏହି ପିଣ୍ଡିଗୁଡ଼ିକରେ ପ୍ରାୟ ୫ଶହ ପରିବା ବ୍ୟବସାୟୀ ବ୍ୟବସାୟର ସୁଯୋଗ ପାଇବେ। ହେଲେ ପିଣ୍ଡି ସଂଖ୍ୟାଠାରୁ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ସଂଖ୍ୟା ଦୁଇଗୁଣ ରହିଛି। କାହାକୁ ପିଣ୍ଡି ମିଳିବ, କିଏ ବ୍ୟବସାୟ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ସେହିପରି ଗତ ଏପ୍ରିଲରେ ହାଟ କାର୍ଯ୍ୟକ୍ଷମ ହେବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଥିବା ବେଳେ ଲୋକାର୍ପଣ ପରେ ମଧ୍ୟ ଏହା ଚାଲୁ ହୋଇପାରିଲା ନାହିଁ। ଏହାକୁ ନେଇ ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଛତ୍ରବଜାର ରାସ୍ତାକଡ଼ରେ ବସୁଥିବା ଅନେକ ଚାଷୀ ଏବଂ ବ୍ୟବସାୟୀଙ୍କୁ ଥଇଥାନ କରିବା ଲାଗି ଅର୍ବାନ ହାଟର ପରିକଳ୍ପନା କରାଯାଇଥିଲା। ଯେଉଁଥିଲାଗି ୨୦୧୯ ମସିହାଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଗତ ୩ବର୍ଷ ଭିତରେ ଏ ନିଷ୍ପତ୍ତି ହୋଇପାରିନାହିଁ, ଯେ ଅର୍ବାନ ହାଟର ପ୍ରକୃତ ହିତାଧିକାରୀ କିଏ ହେବ। ତେଣୁ ଏହାର କାର୍ଯ୍ୟକାରିତା ଓ ସଫଳତା ନେଇ ପ୍ରଶ୍ନ ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri