ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ

କରାଚୀ, ୧୨ା୧:ଭାରତ ଜନ୍ମିତ ପାକିସ୍ତାନର ଖ୍ୟାତାନାମା ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ‘ଦ ଡନ୍‌’ ଖବରକାଗଜରେ ପ୍ରକାଶ ପାଇଛି। ହାଇଦ୍ରାବାଦର ଡେକାନଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ପିତା ଆଲାମା ରସିଦ ତୁରାବି ଜଣେ ଜଣାଶୁଣା ଧର୍ମୀୟ ପଣ୍ଡିତ ଥିଲେ। ୧୯୪୭ରେ ଦେଶ ବିଭାଜନ ପରେ ରସିଦ୍‌ ପାକିସ୍ତାନ ଯାଇ କରାଚିରେ ଅବସ୍ଥାନ କରିଥିଲେ। କରାଚି ବିଶ୍ୱ ବିଦ୍ୟାଳୟରୁ ନାସିର ସାମ୍ବାଦିକତାରେ ସ୍ନାତକତ୍ତେର ଡିଗ୍ରୀ ହାସଲ କରିଥିଲେ। ‘ଓ୍ବ ହମ୍‌ ସଫର ଥା’ ତାଙ୍କ ପ୍ରସିଦ୍ଧ କବିତା ମଧ୍ୟରୁ ଅନ୍ୟତମ।

Share