୪ ଆଧାର କାର୍ଡରେ ବସ୍ତାଏ ୟୁରିଆ

ନୟାଗଡ଼ ଅଫିସ,୨୪।୮: ନୟାଗଡ଼ ଜିଲାରେ ସରକାରୀ ଦରରେ ୟୁରିଆ ସାର ମିଳୁନି । ଜାଣି ଶୁଣି ୟୁରିଆ ସାରର କୁତ୍ରିମ ଅଭାବ ସୃଷ୍ଟି କରାଯାଉଛି। ୨ରୁ ୪ଜଣ ଚାଷୀଙ୍କୁ ଗୋଟିଏ ବସ୍ତା ୟୁରିଆ ସାର ଦେଇ ସେମାନଙ୍କଠାରୁ ୨ରୁ ୪ଟି ଆଧାର କାର୍ଡ ନେଇ ଚାଲିଛି ସାର କଳାବଜାର । ଚାଷୀଙ୍କ ନା ପକାଇ ଚାଲିଛି ଭଲ ରୋଜଗାର । ପୁଣି ୟୁରିଆ ସହ ଜିଙ୍କ୍‌ ନେବାକୁ ବାଧ୍ୟ କରି ଚାଷୀଙ୍କୁ ଶୋଷଣ କରାଯାଉଛି । ଅନ୍ୟପକ୍ଷେ ଚାଷୀ ସରକାରୀ ମୂଲ୍ୟଠାରୁ ୧୦୦ ରୁ ୩୦୦ଟଙ୍କା ଅଧିକ ଦେଇ ସାର ବସ୍ତାଏ କିଣିବାକୁ ବାଧ୍ୟ ହେଉଛନ୍ତି ା ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନ ଓ ପ୍ରାଥମିକ କୃଷି ସମବାୟ ସମିତିରେ ସାରର ରେଟ୍‌ ଚାଟ୍‌ ଝୁଲୁ ନାହିଁ । ଏପରି କି ସାର କିଣିଲେ ରସିଦ୍‌ ମିଳୁନି । ଏପରି ଅବ୍ୟବସ୍ଥା ସମ୍ପର୍କରେ ଚାଷୀମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରତିକାର ନାହିଁ । କୃଷି ବିଭାଗ ନିଦାବିଷ୍ଣୁ ପାଲଟିଛି । ଜିଲା ପ୍ରଶାସନ ଚେଇଁ ଶୋଇଛି । ଏନେଇ ଚାଷୀ ଅସନ୍ତୋଷ ବଢ଼ିବାରୁ ବିଭିନ୍ନ ସ୍ଥାନରେ ସାର ପାଇଁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଛି ।
ଏ ସଂକ୍ରାନ୍ତରେ ରାଇପୁରର ଚାଷୀ ରାଜେନ୍ଦ୍ର ବରାଡ କୁହନ୍ତି, ୟୁରିଆ ସାର କଳାବଜାର ଚାଲିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି। ହେଲେ ପ୍ରତିକାର ନାହିଁ । ୪୫ କେଜି ସାର ବସ୍ତାର ସରକାରୀ ଦର ୨୬୬.୫୦ ଟଙ୍କା ରହିଛି । ହେଲେ ୟୁରିଆ ସହ ୧କେଜି ଜିଙ୍କ୍‌ ନେବାକୁ ବାଧ୍ୟ କରି ୪୭୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଜଣେ ଚାଷୀ ୨ରୁ ୩ ବସ୍ତା ସାର ନେଇ ପାରିବେ । କିନ୍ତୁ ଆମ ଶିମିଳିସାହି ପ୍ରାଥମିକ କୃଷି ସମବାୟ ସମିତିରେ ୩ ଜଣ ଚାଷୀଙ୍କଠାରୁ ୩ଟି ଆଧାର କାର୍ଡ ନେଇ ଗୋଟିଏ ୪୫ କେଜି ସାର ବସ୍ତା ଦେଉଛନ୍ତି । ୩ଟି ଆଧାର କାର୍ଡ ନ ଦେଲେ ସାର ଦେଉ ନାହାନ୍ତି । କାଗଜପତ୍ରରେ ସବୁ ଚାଷୀଙ୍କ ନାମରେ ସାର କିଣିବା ଦେଖାଇ କଳାବଜାର କରାଯାଉଛି । ବାଲୁଗଁାର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ଆମ ପ୍ରାଥମିକ କୃଷିି ସମବାୟ ସମିତିରେ ସାର ଏଯାବତ ଦେଇ ନାହାନ୍ତି ।
ଆମେ ବାଧ୍ୟହୋଇ କଳାବଜାରରେ ୪ଶହରୁ ୫ଶହ ଟଙ୍କା ଅଧିକ ଦେଇ ସାର କିଣୁଛୁ । କେନ୍ଦୁପଲ୍ଲୀର କିଶୋର ବରାଡ଼ କୁହନ୍ତି, ଓଡ଼ଗଁା ବ୍ଲକର ହରିହରପୁର ପ୍ରାଥମିକ କୃଷି ସମବାୟ ସମିତିରେ ଆଧାର କାର୍ଡ ନେଇ ସାର ଦେଉଛନ୍ତି ।
ବିକଳ୍ପ ନ ଥିବାରୁ ଚାଷୀ ୟୁରିଆ ସାର ୫୦୦ ଟଙ୍କା ଅଧିକ ଦେଇ କିଣୁଛନ୍ତି ା କାଦୁଆ ଗଁାର ଭାସ୍କର ଚନ୍ଦ୍ର ଜେନା ଓ ଅସୁରଢ଼ିପାର ହରିହର ମହାପାତ୍ର କୁହନ୍ତି, ଖଣ୍ଡପଡ଼ା ବ୍ଳକ ଜଗନ୍ନାଥପ୍ରସାଦ ପ୍ରାଥମିକ କୃଷି ସମବାୟ ସମିତି ଓ ନୟାଗଡ଼ ବ୍ଳକ ଖୁଣ୍ଟୁବନ୍ଧ ଗଁାର ଅଶ୍ୱସ୍ତପଡା ପ୍ରାଥମିକ କୃଷି ସମବାୟ ସମିତିରେ ସାର ବିକ୍ରି ହେଉନି । ଚାଷୀ ସବୁବେଳେ ସମିତିକୁ ଆସି ଫେରୁଛି । ଚାଷୀର ଅସୁବିଧା କେହି ବୁଝୁ ନାହାନ୍ତି । ନୂଆଗଁାର ସପନି ପ୍ରଧାନ କୁହନ୍ତି, କେଉଁଠି ୨ଟି ଆଉ କେଉଁଠି ୪ଜଣ ଚାଷୀ ଆଧାର କାର୍ଡ ଦେଲେ ୧ବସ୍ତା ସାର ମିଳୁଛି । ଆଧାର କାର୍ଡର ଅପବ୍ୟବହାର ଭୟରେ ଚାଷୀ କଳାବଜାରରୁ ସାର କିଣୁଛି । ଅନ୍ୟପକ୍ଷେ ସରକାରୀ ସ୍ବୀକୃତିପ୍ରାପ୍ତ ବ୍ୟବସାୟୀ ନିଜର କେତେଜଣ ଆନୁଗତ୍ୟଙ୍କ ଦ୍ୱାରା ସାରକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । ସରକାରୀ ସ୍ବୀକୃତି ପ୍ରାପ୍ତ ଦୋକାନକୁ ବାରମ୍ବାର ଆସି ଫେରି ଯିବା ପରେ ବାହାରୁ କଳାବଜାରରେ ସାର କିଣୁଛୁ ।
ପ୍ରଶ୍ନ ଉଠୁଛି ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନରୁ ସାର କଳାବଜାରକୁ ଯାଉଛି କିପରି । ଅଭିଯୋଗ କଲେ ସୁଫଳ ମିଳୁନି । ମିଳିମିଶି ପର୍ସଣ୍ଟେଜ ପାଉଥିବାରୁ ସାର କଳାବଜାରକୁ ରୋକା ଯାଉନି ।
ରଣପୁରର ସୀତା ପ୍ରଧାନ କୁହନ୍ତି, ସବୁ ଲୋକଙ୍କ ପାଖରେ କୃଷି ବିଭାଗ ଅଧିକାରୀଙ୍କ ନମ୍ବର ନାହିଁ । ଏଣୁ ସାର କଳାବଜାରୀ ହେଉଥିଲେ ମଧ୍ୟ କେତେକ ସ୍ଥାନରେ ଚାଷୀ ବିଭାଗକୁ ଜଣାଇ ପାରୁ ନାହାନ୍ତି । ଏଣୁ ଚାଷୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର କରାଯାଉ ।
ଚାଷୀ ତାର ଅଭାବ ଅସୁବିଧା ଏଥିରେ ଜଣାଇ ପାରିବ । ଦଶପଲ୍ଲାର ଚାଷୀ ଗୁମାନ ସ୍ବାଇଁ କୁହନ୍ତି, ସାର ନାହିଁ କହି ଚାଷୀକୁ ଫେରା ଯାଉଛି । ଯେଉଁ ହାତଗଣତି ଚାଷୀ ସାର ପାଇଛନ୍ତି ସେମାନଙ୍କୁ ବି ହାତଗୁଞ୍ଜା ଦେବାକୁ ପଡୁଛି । ଆମ୍ଭେ କେତେଜଣ ଚାଷୀ କଳାବଜାରରେ ସାର କିଣୁଛି । ସାରର ଅଭାବ ବିକ୍ରି ପ୍ରତିବର୍ଷ ହେଉଛି । ହେଲେ ଏହାକୁ ରୋକିବାକୁ ପଦକ୍ଷେପ ନିଆଯାଉନାହିଁ ବୋଲି ସେ କହିଛନ୍ତି ା ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image