ଇସଲାମାବାଦ,୧୪ା୧: ସ୍ଥାନୀୟ ନାଗରିକ ଅଧିକାର ଆନ୍ଦୋଳନ ଉପରେ କଟକଣା ଲାଗିବା ପରେ ପାକିସ୍ତାନର ଗ୍ବାଦରରେ କର୍ଫ୍ୟୁ ଜାରି କରାଯାଇଛି। ବାଲୁଚିସ୍ତାନ ସରକାର ୧୪୪ ଧାରା ଜାରି କରିଛନ୍ତି। ଯାହା ସମସ୍ତ ପ୍ରକାର ସମାବେଶ ତଥା ବିରୋଧ ଉପରେ ପ୍ରତିବନ୍ଧକ ଲଗାଇବ। ମକରାନ ଡିଭିଜନର ଗ୍ବାଦର, ଜୁଓ୍ବାନି, ପଶ୍ନି ଏବଂ ଓମାରା ସହରରେ ଇଣ୍ଟରନେଟ୍ ସେବା, ମୋବାଇଲ ନେଟ୍ଓ୍ବାର୍କ ଏବଂ ଲ୍ୟାଣ୍ଡ୍ଲାଇନ ସେବାକୁ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। ଏହି ଆନ୍ଦୋଳନର ୧୦୦ରୁ ଅଧିକ ସମର୍ଥକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଏଥିସହ ହତ୍ୟା, ହତ୍ୟା ଉଦ୍ୟମ, ଲୋକଙ୍କୁ ହିଂସା ଘଟାଇବା ତଥା ଅନ୍ୟମାନଙ୍କ ଅଭିଯୋଗରେ ଗ୍ବାଦର ପୋଲିସ ‘ହକ୍ ଦୋ ତେହେରିକ’ ନେତା ମୌଲାନା ହିଦୟତ ଉର୍ ରେହମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।