ସମ୍ବଲପୁର ସହରରେ କର୍ଫ୍ୟୁ

ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ସହରରେ ଭୟର ବାତାବରଣ ଲାଗି ରହିଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସତ୍ତ୍ୱେ ଗୁରୁବାର ରାତିରୁ ଶୁକ୍ରବାର ରାତି ପର୍ଯ୍ୟନ୍ତ ୧୦ଟି ଦୋକାନରେ ଭଙ୍ଗାରୁଜା କରାଯିବା ସହ ପୋଡ଼ାଜଳା କରାଯାଇଛି। ସ୍ଥିତି ନିୟନ୍ତ୍ରଣକୁ ନ ଆସିବା ଏବଂ ଅଧିକରୁ ଅଧିକ ହିଂସାତ୍ମକ ଘଟଣା ଘଟୁଥିବାରୁ ଜିଲାପାଳ ଅନନ୍ୟା ଦାସ ସହରରେ କର୍ଫ୍ୟୁ ଲଗାଇଛନ୍ତି। ଏନେଇ ଉପଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତଦନୁଯାୟୀ ଶୁକ୍ରବାର ରାତି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସକାଳ ୮ଟାରୁ ୧୦ ଏବଂ ଅପରାହ୍ନ ୩ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। କୌଣସି ବ୍ୟକ୍ତିବିଶେଷଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଥିବାବେଳେ ମେଡିକାଲ ଏମର୍ଜେନ୍ସି କ୍ଷେତ୍ରରେ ହେଲ୍ପଲାଇନ ନମ୍ବର ୭୬୫୫୮୦୦୭୬୦ ଜାରି କରାଯାଇଛି।

Share