ମୁମ୍ବାଇ: ଉର୍ଫି ଜାଭେଦଙ୍କ ଉପରେ ଅଶ୍ଳୀଳତା ସମ୍ବନ୍ଧୀୟ ଆଇନର କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ସେ ଏହାକୁ ଚିନ୍ତା ନ କରି ଗୋଟିଏ ପରେ ଗୋଟିଏ ବୋଲ୍ଡ ଫଟୋରେ ନଜର ଆସୁଛନ୍ତି। ସେ ସମାଜରେ ଭୁଲ୍ ତଥ୍ୟ ଉପସ୍ଥାପନ କରି ଅଭିଯୋଗ ଆଣିଥିବା ଲୋକଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରୁଛନ୍ତି। ଉର୍ଫି ଏଥର ଅଶ୍ଳୀଳତାର ଚରମସୀମା ଟପିଛନ୍ତି।
ଉର୍ଫି ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହାକୁ ଦେଖି ଲୋକେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି। ଭିଡିଓରେ ସେ ଏକ ନୀଳ ରଙ୍ଗର କପଡ଼ାକୁ ସ୍କର୍ଟ କରି ପିନ୍ଧିଛନ୍ତି। ଏହା ସହିତ ସେ ଉପର ଶରୀରକୁ ନୀଳ ରଙ୍ଗର ପର ଦ୍ୱାରା ଆଚ୍ଛାଦିତ କରିଛନ୍ତି। ସେ ଧଳାରଙ୍ଗର ଏକ ଚପଲ ପିନ୍ଧିଛନ୍ତି। ଏଥିରେ ସେ ଦୁଇଟି ବକ୍ସ ଇମୋଜି ଦେଇଛନ୍ତି।
ଜଣେ ୟୁଜର ଲେଖିଛନ୍ତି, ‘ମୁଁ ଏହି ଡ୍ରେସ୍କୁ କେଉଁ ନାମ ଦେବି ଭାବି ପାରୁନାହିଁ’। ଆଉ ଜଣେ ଲେଖିଛନ୍ତି, ଏହି ପର ଭୁଲ ଦିଗରୁ ଆସିଛି। ଅନ୍ୟ ଜଣେ ଯୁବତୀ ଲେଖିଛନ୍ତି, ଆଜିକାଲି ତୁମେ କେବଳ ନିଜ ଶରୀରକୁ ଦେଖାଇବା ପାଇଁ ପୋଷାକ ପିନ୍ଧୁଛ, ମହିଳାମାନଙ୍କର ସ୍ବଧୀନତା ସହିତ ଏହାର କୌଣସି ସମ୍ପର୍କ ନାହିଁ।