ପୁଣି ଟପ୍‌ଲେସ୍‌ ହେଲେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ତାଙ୍କର ବୋଲ୍ଡ ଡ୍ରେସିଂ ଇନ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ତ କେବେ ସାଇକେଲ ଚେନ୍‌, କେବେ ମୋବାଇଲ ଚାର୍ଜରରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଏବେ ଆଉ ଏକ ବିଶେଷ ଡିଜାଇନର ଡ୍ରେସ୍‌ ପିନ୍ଧି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଡ୍ରେସ୍‌ ପିନ୍ଧି ମୁମ୍ବାଇ ରାସ୍ତାରେ ସେ ନଜର ଆସିଛନ୍ତି।
ଏଥର ଏହି ଅଭିନେତ୍ରୀ ଟପ୍‌ଲେସ୍‌ ହୋଇ ଡାଏମଣ୍ଡର ନେକ୍‌ଲେସ୍‌ରେ ଶରୀରକୁ ଘୋଡ଼ାଇ ରଖିଛନ୍ତି। ତଳେ ଏକ ମିନି ସ୍କର୍ଟ ପିନ୍ଧି ତାଙ୍କ ଲୁକ୍‌କୁ ପୂରା କରିଛନ୍ତି। କଲି ହେୟାର ଏବଂ ଲିପ୍‌ଷ୍ଟିକରେ ସେ ବହୁତ ଆକର୍ଷଣୀୟା ଦିଶୁଛନ୍ତି। ଅନେକ ଲୋକ ନୂଆ ବର୍ଷ ପୂର୍ବରୁ ଉର୍ଫିଙ୍କ ଏହି ଲୁକ୍‌କୁ ପସନ୍ଦ କରୁଥିବାବେଳେ ଆଉ କିଛି ୟୁଜର ତାଙ୍କୁ ଟ୍ରୋଲ୍‌ ବି କରୁଛନ୍ତି।

Share