ବିଗ୍‌ବସ୍‌ରେ ସାଜିଦ୍‌: ରାଗରେ ନିଆଁବାଣ ହୋଇ ନିର୍ମାତାଙ୍କ ଉପରେ ବର୍ଷିଲେ ଉର୍ଫି

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଚଳିତ ଥର ଅନେକ ନୂଆ ମୁହଁ ସହ ବଡ ସେଲିବ୍ରିଟି ନଜର ଆସୁଛନ୍ତି। ସେଥିରୁ ଜଣେ ହେଲେ ସାଜିଦ ଖାଁ। #ମି ଟୁ ଘଟଣାରେ ଛନ୍ଦି ହୋଇଥିବା ସାଜିଦଙ୍କୁ ଶୋ’ରେ ନେବାକୁ ଅନେକ ନାପସନ୍ଦ କରୁଛନ୍ତି। ଯୌନ ଶୋଷଣ ଅଭିଯୁକ୍ତଙ୍କୁ ଚ୍ୟାନେଲ କିଭଳି ଭାବେ ସମର୍ଥନ କରୁଛି ତାହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ ମଧ୍ୟ ସାଜିଦଙ୍କ ଉପରେ ବର୍ଷିଛନ୍ତି।

ଉର୍ଫି କହିଛନ୍ତି, ବିଗ୍‌ବସ୍‌ ଆପଣ ଏଭଳି କାହିଁକି କରିଛନ୍ତି?ଆପଣ ଯୌନ ଶୋଷଣକାରୀଙ୍କୁ ସମର୍ଥନ କରୁଛନ୍ତି। ତେବେ ଆପଣ କହୁଛନ୍ତି ଯେ ସେ ଯାହା କରିଛନ୍ତି ଠିକ୍‌ କରିଛନ୍ତି। ହେଲେ ଏଭଳି ପୁରୁଷଙ୍କୁ ଜାଣିବା ଉଚିତ ଯେ ଏଭଳି ବ୍ୟବହାର ଠିକ୍‌ ନୁହେଁ। ସେମାନଙ୍କ ଭଳି ଲୋକଙ୍କ ସହ କାମ କରିବା ବନ୍ଦ କରାଯାଉ। ଏହା ଲଜ୍ଜାଜନକ। ସାଜିଦ ନିଜର କର୍ମକୁ ନେଇ କ୍ଷମା ମାଗିନାହାନ୍ତି। ଥରେ ଭାବନ୍ତୁ ଯେଉଁ ଯୁବତୀମାନଙ୍କୁ ସେ ହଇରାଣ କରିଛନ୍ତି, ସେମାନେ କିଭଳି ଭାବୁଥିବେ। ବିଗ୍‌ବସ୍‌ ଭଳି ବଡ଼ ଶୋ’ରେ ଏଭଳି ଲୋକ ସାମିଲ ହେବା ନିହାତି ଭାବେ ଚିନ୍ତାଜନକ କଥା। କଣ୍ଟ୍ରୋଭର୍ସି ଲାଗି ଆପଣ କ’ଣ ଏସବୁ ଜିନିଷକୁ ସମର୍ଥନ କରିବେ। ଚ୍ୟାନେଲକୁ କହିବି ଏସବୁ ବନ୍ଦ କରାଯାଉ ବୋଲି ଉର୍ଫି କହିଛନ୍ତି।

Share