‘ମୁଁ କାହାକୁ ଡରିନି’

ବମ୍ବେ: କେତେବେଳେ ପୋଷାକ ତ କେତେବେଳେ ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଯାଦବ। ହେଲେ ଏଥିପାଇଁ ଅନେକ ସମୟରେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡେ। ଏବେ ସେଭଳି କିଛି ଘଟଣା ଘଟିଛି। ବିଗ୍‌ବସ୍‌ ଫେମ୍‌ ହିନ୍ଦୁସ୍ତାନୀ ଭାଉ ଉର୍ଫିଙ୍କୁ ତାଙ୍କର ପୋଷାକ ଲାଗି ଧମକ ଦେଇଛନ୍ତି।

ଏକ ଭିଡିଓ ଜାରି କରି ଉର୍ଫିଙ୍କୁ ଭାଉ ଧମକ ଦେଇଥିଲେ। ସେ ଯଦି ଅଶ୍ଳିଳ ପୋଷାକ ପିନ୍ଧିବା ନ ବନ୍ଦ କରନ୍ତି ତେବେ ସେ ତାଙ୍କୁ ଠିକ୍‌ କରିଦେବେ ବୋଲି କହିଥିଲେ। ଏହାର ଭିଡିଓ ଉର୍ଫି ନିଜର ଇନଷ୍ଟାଗ୍ରାମରେ ଶେୟାର କରିବା ସହ ସେ ତାଙ୍କୁ ଡରନ୍ତି ନାହିଁ ବୋଲି ଶୁଣାଇଦେଇଛନ୍ତି। ଏପରିକି ଉର୍ଫି ହିନ୍ଦୁସ୍ତାନୀ ଭାଉଙ୍କୁ ଦୋମୁହଁା ମଣିଷ ବୋଲି କହିବାକୁ ପଛାଇ ନାହାନ୍ତି।

ପ୍ରଥମେ ସେ ତାଙ୍କ ସହାୟତା କରିବାକୁ ଚାହୁଁଥିଲେ। ଏହାକୁ ମନା କରିବା ପରେ ଅଭିନେତ୍ରୀଙ୍କ ପଛରେ ସେ ପଡ଼ିଯାଇଥିବା ଉର୍ଫି କହିଛନ୍ତି। ହେଲେ ତାଙ୍କ ମନ ଯାହା ହେବ ତାହା ସେ ପିନ୍ଧିବେ। ଲୋକଙ୍କ ଧମକରୁ ତାଙ୍କୁ ଫରକ ପଡ଼ୁନାହିଁ ବୋଲି ସେ କହିଛନ୍ତି।

Share