Advertisement

ପୂର୍ବ ପ୍ରେମିକ ଏବେ ଭଲ ବନ୍ଧୁ

ବମ୍ବେ: ପୂର୍ବ ପ୍ରେମିକ ଏବେ ବନ୍ଧୁ। ଅଭିନେତା ପାରସ କଲନାଓ୍ବତ ଏକଦା ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦଙ୍କୁ ଡେଟ୍‌ କରିଥିଲେ। ଉଭୟ ଏନେଇ ଅନେକ ଥର ମୁହଁ ଖୋଲିଛନ୍ତି। ବ୍ରେକ୍‌ଅପ୍‌ ହେବା ପରେ କିନ୍ତୁ ଉଭୟ ଭଲ ବନ୍ଧୁ ହୋଇଯାଇଛନ୍ତି। ଏଭଳି କିଛି କଥା କହି ଏବେ ଚର୍ଚ୍ଚାରେ ଉର୍ଫି।

ଆଜି ବି ପାରସ ଉର୍ଫିଙ୍କୁ ବିନା ଦ୍ୱିଧାରେ ଫୋନ କରନ୍ତି। ତାଙ୍କଠାରୁ ପରାମର୍ଶ ନେଇଥାନ୍ତି। ପାରସଙ୍କୁ ମଧ୍ୟ ଉର୍ଫି ବନ୍ଧୁ ଭାବେ ଦେଖନ୍ତି। ବିଗତ ଦିନରେ ଅନେକ ସମୟ ଏକାଠି ଥିବାରୁ ଭଲପାଇବା ରହିଛି, ସେ ବି ବନ୍ଧୁ ଭାବେ। ପାରସ ଖୁବ୍‌ଶୀଘ୍ର ପ୍ରେମରେ ପଡ଼ି ଯାଆନ୍ତି। ସେ ଜଣେ ପାଗଳ ପ୍ରେମିକ। ଏଣୁ ଉର୍ଫି ତାଙ୍କୁ ଅନେକବାର କିଛି ଦିନ ଏକାକି ରହିବାକୁ ପରାମର୍ଶ ଦିଅନ୍ତି ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share