ଲୁଚିଛପି ନିର୍ବନ୍ଧ କଲେ ଉର୍ଫି !

ବମ୍ବେ: ପୁଣି ଚର୍ଚ୍ଚାରେ ଟେଲି ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ। ସର୍ବଦା ନିଜର ଅଜବ ତଥା ବୋଲ୍ଡ ପୋଷାକକୁ ନେଇ ସେ ଲାଇମଲାଇଟ୍‌ରେ ଥାନ୍ତି। ହେଲେ ଏଥର ଅନ୍ୟ କିଛି କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ। ସୋସିଆଲ ମିଡିଆରେ ଉର୍ଫି ନିର୍ବନ୍ଧ କରିନେଇଛନ୍ତି କି ବୋଲି ଅନେକ ପ୍ରଶ୍ନ କରୁଥିବା ଦେଖାଯାଉଛି।

ସମ୍ପୂର୍ଣ୍ଣ ଘଟଣାଟି କିଛି ଏଭଳି। ଉର୍ଫିଙ୍କର କିଛି ଫଟୋ ଏବେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶେୟାର କରିଥିବା ଫଟୋଗୁଡିକରେ ସେ ହୋମକୁଣ୍ଡ ନିକଟରେ ବସିଥିବା ନଜର ଆସିଛନ୍ତି। ପୂଜା ଚାଲିଥିବା ବେଳେ ତାଙ୍କ ସହ ଜଣେ ମିଷ୍ଟ୍ରି ମ୍ୟାନ୍‌ ମଧ୍ୟ ଅଛନ୍ତି। ସେହି ବ୍ୟକ୍ତିଙ୍କ ଚେହେରା ଦେଖାଯାଉନାହିଁ। ଫଟୋରେ ଉର୍ଫି ଆଙ୍ଗୁଠିରେ କିଛି ପିନ୍ଧିବା ଭଳି ମନେ ହେଉଛି। ସ

ମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହାକୁ ଦେଖି ସୋସିଆଲ ମିଡିଆରେ ତାଙ୍କ ନିର୍ବନ୍ଧ ନେଇ କଳ୍ପନାଜଳ୍ପନା କରିବା ଆରମ୍ଭ କରାଯାଇଛି। ଲୋକେ ତାଙ୍କ ଫଟୋରେ ନିଜର ମନ୍ତବ୍ୟ ରଖୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି।
ଉର୍ଫି ଲୁଚାଛପାରେ ନିର୍ବନ୍ଧ କରିଥିବା ସନ୍ଦେହ କରାଯାଉଥିଲେ ହେଁ ଏଯାବତ ତାଙ୍କ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ।

Share