ଉର୍ଫିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର

ବମ୍ବେ: ନିଜର ଅଜବ ଡ୍ରେସ୍‌ ପରିଧାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବିଗ୍‌ ବସ୍‌ ଫେମ୍‌ ଉର୍ଫି ଜାଭେଦ। ସେ କେବେ ସେପ୍ଟିପିନ୍‌ ତ କେବେ ଭଙ୍ଗା କାଚ, କେବେ ଚେନ୍‌, ନଚେତ କିଛି ଅଦରକାରୀ ଜିନିଷକୁ ନେଇ ନିଜର ପୋଷାକ ଡିଜାଇନ୍‌ କରିଥାନ୍ତି। ଏହାକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥାଏ। ହେଲେ ଏବେ ତାଙ୍କର ଚର୍ଚ୍ଚା ଅନ୍ତର୍ଜାତୀୟସ୍ତରରେ ହେବାରେ ଲାଗିଲାଣି। ଖ୍ୟାତନାମା ବ୍ରିଟିଶ-ଆମେରିକୀୟ ଫ୍ୟାଶନ ଡିଜାଇନର ହ୍ୟାରିସ ରିଡ ଉର୍ଫିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ନିକଟରେ ଉର୍ଫି ହ୍ୟାରିସଙ୍କଠାରୁ ପ୍ରଭାବିତ ହୋଇ ଏକ ପୋଷାକ ପିନ୍ଧିଥିଲେ। ଏହାକୁ ନେଇ ହ୍ୟାରିସ ପ୍ରଶଂସା କରି କହି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହା ଏବେ ବେଶ ଭାଇରାଲ ହେଉଛି।

Y’all Harris Reed is obsessed with Urfi Javed pic.twitter.com/2X23ZZzJ3D

— kris & kshmya lomls (@aaravbhishek) June 13, 2022

Share