ସଂସ୍କାରି ଲୁକ୍‌ରେ ଇଦ୍ ପାଳନ କଲେ ଉର୍ଫି

ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଏହାର କାରଣ ହେଉଛି ତାଙ୍କ ଅଦ୍ଭୁତ ଡ୍ରେସିଂ ସେନ୍ସ । କେବେ କେବେ ସେ ସମ୍ପୂର୍ଣ୍ଣ ବୋଲ୍ଡ ହୋଇଯାଆନ୍ତି ତ ପୁଣି କେବେ ଏକଦମ ସଂସ୍କାରି ଲୁକ୍‌ରେ ନଜର ଆସନ୍ତି ଉର୍ଫି । ଏଥର ବି ସେ ତାଙ୍କ ଲୁକ୍‌କୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଏଥର ଅଭିନେତ୍ରୀ ଶାଢି ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏବେ ସେ ସୋସିଆଲ ମିଡିଆରେ ଏକ ଭଡିଓ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ଯେ କେହି ତାଙ୍କ ଦିୱାନା ପାଲଟି ଯାଇଛନ୍ତି ।
ସୂଚନାଯୋଗ୍ୟ, ବୋଲ୍ଡ ଡ୍ରେସ୍ ଛାଡି ଏଥର ଉର୍ଫି ଶାଢି ପିନ୍ଧି ଇଦ୍ ପାଳନ କରିଥିବା ଦେଖାଯାଇଛି । ଇଦ ଅବସରରେ ଉର୍ଫିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ତେହେଲକା ମଚାଇଛି । ଭିଡିଓରେ ଉର୍ଫି ଶାଢି ପିନ୍ଧି ଇଦ୍ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛି । ଏହାସହ ଓ କ୍ୟାପଶନରେ ଲେଖିଛନ୍ତି, ଆପଣ ସମସ୍ତଙ୍କୁ ଇଦ୍ ମୁବାରକ, ଏହି ସୁନ୍ଦର ଗୀତ ସହ ।

Share