ଏଥର ମୋବାଇଲ ଚାର୍ଜରରୁ ପ୍ରସ୍ତୁତ ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ଡ୍ରେସ୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏମିତିରେ ବି ଉର୍ଫି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରତିଦିନ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ସୋସିଆଲ ମିଡିଆରେ ଉର୍ଫି ଷ୍ଟାଇଲିସ୍‌ ଆଇକନ୍‌ ଭାବେ ଜଣାଶୁଣା। ଏପରିକି ବଲିଉଡ୍‌ର ଷ୍ଟାଇଲ ଆଇକନ ରଣବୀର ସିଂ ମଧ୍ୟ ଉର୍ଫିଙ୍କ ଫ୍ୟାଶନର ଜଣେ ବଡ଼ ପ୍ରଶଂସକ ଅଟନ୍ତି। ପୂର୍ବରୁ ବିଭିନ୍ନ ପ୍ରକାରର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଥିବା ଉର୍ଫି ଏବେ ମୋବାଇଲ୍‌ ଚାର୍ଜରରୁ ପ୍ରସ୍ତୁତ ଡ୍ରେସ୍‌ ପିନ୍ଧି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ଏହି ନୂଆ ରୂପରେ ଉର୍ଫିଙ୍କୁ ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଯେମିତି କରିଛନ୍ତି, ତିଆରି କରିବା ତ ଦୂରର କଥା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।

Share