ପାନିଆକୁ ବି ଛାଡ଼ିଲେନି ଉର୍ଫି

ବମ୍ବେ: ନିଜର ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆ ସେନସେଶନ ତଥା ଅଭିନେତ୍ରୀ ଉର୍ଫି ଜାଭେଦ। କେତେବେଳେ ଅଖା ତ କେତେବେଳେ ବ୍ଲେଡ, ଏଭଳି ଚମକାଇବା ଭଳି ଜିନିଷ ବ୍ୟବହାର କରି ସେ ପ୍ରସ୍ତୁତ କରିଥାନ୍ତି ପୋଷାକ। ଏହାକୁ ବେଶ ଖୁସିରେ ସେ ପିନ୍ଧିବା ସହ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥାନ୍ତି। ଏହି କ୍ରମରେ ଉର୍ଫି ଏବେ ପାନିଆ ବ୍ୟବହାର କରି ଏକ ପୋଷାକ ପ୍ରସ୍ତୁତ କରି ପିନ୍ଧିଛନ୍ତି। ଏହାର ଭିଡିଓ ଶେୟାର କରିବା ପରେ ଉର୍ଫିଙ୍କୁ ଅନେକ ଟ୍ରୋଲ କରୁ୍‌ଥିବା ବେଳେ କିଛି ଚକିତ ହୋଇଥିବା କହିଛନ୍ତି।

Share