ନାଁ ବଦଳାଇଦେଲେ ଉର୍ଫି

ବମ୍ବେ: ନିଜ ନାମ ବଦଳାଇଲେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ସର୍ବଦା ନିଜର ଅଜବ ପରିଧାନ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ।  ସେ ନିଜ ପୋଷାକକୁ ନିଜେ ଡିଜାଇନ୍‌ କରିଥାନ୍ତି। ତାଙ୍କ ପ୍ରତିଟି ପୋଷାକରେ ବୋଲ୍ଡନେସ୍‌ ଦେଖିବାକୁ ମିଳେ। ସବୁକିଛି ଠିକ୍‌ ଚାଲୁଥିବା ବେଳେ ହଠାତ ନିଜ ନାମ ବଦଳାଇ ଚର୍ଚ୍ଚାରେ ସେ।

ଅନେକ ସେଲିବ୍ରିଟିଙ୍କ ଭଳି ଉର୍ଫି ମଧ୍ୟ ନିଜ ନାମର ସ୍ପେଲିଂ ବଦଳାଇଛନ୍ତି। ଏବେ ତାଙ୍କ ନାମ ‘Urfi’ ନୁହେଁ ବରଂ ‘Uorfi’ ହୋଇଛି। ଏଣୁ ସେ ନିଜ ପୂର୍ବ ନାମରେ କେବଳ ଏକ ‘ଓ’ ଯୋଡ଼ିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ପ୍ରଶଂସକମାନେ ଏବେ ତାଙ୍କୁ ନୂଆ ନାମରେ ଡାକନ୍ତୁ ବୋଲି ସେ ଅପିଲ କରିଛନ୍ତି।

Share