ଶାହରୁଖଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫି

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି। ୩ ଦିନରେ ପ୍ରାୟ ୩୦୦ କୋଟି ଆୟ କରିସାରିଲାଣି। ଏହି ସମୟରେ ବିଗ୍‌ବସ୍‌ ଫେମ୍‌ ଉର୍ଫି ଜାଭେଦ ଶାହାରୁଖଙ୍କ ପ୍ରତି ଥିବା ପ୍ରେମକୁ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ଶାହାରୁଖଙ୍କ ଦ୍ୱିତୀୟ ସ୍ତ୍ରୀ ହେବାକୁ ଚାହୁଁଛନ୍ତି। ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଉର୍ଫି ଜାଭେଦଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ପାପାରାଜି ତାଙ୍କୁ ‘ପଠାନ୍‌’ ବିଷୟରେ ପ୍ରଶ୍ନ କରିଥିଲେ ଏବଂ ଫିଲ୍ମକୁ ବୟକଟ କରିଥିବା ଲୋକଙ୍କୁ ଆପଣ କ’ଣ କହିବାକୁ ଚାହାଁନ୍ତି? ଏହି ପ୍ରଶ୍ନର ଉତ୍ତର ଦେଇ ଉର୍ଫି କହିଛନ୍ତି, ମୋତେ ବ୍ୟାନ୍‌ କରିଦିଅ ହେଲେ ଶାହରୁଖ ଖାନଙ୍କ ଫିଲ୍ମକୁ ଦେଖନ୍ତୁ। ଏହା ପରେ ଯେତେବେଳେ ସେ ଶାହାରୁଖ ଖାନଙ୍କ ପାଇଁ କ’ଣ କହିବାକୁ ଚାହାଁନ୍ତି ବୋଲି ପଚାରିବାରୁ ସେ କହିଛନ୍ତି ଶାହାରୁଖ ଖାନ ମୁଁ ଆପଣଙ୍କୁ ଭଲ ପାଏ। ଦୟାକରି ମୋତେ ଆପଣଙ୍କୁ ଦ୍ୱିତୀୟ ସ୍ତ୍ରୀ କରନ୍ତୁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share