ହ୍ବାଟ୍ସଆପ୍‌ ଚାଟ୍‌ ଭାଇରାଲ କରି ମୁଖା ଖୋଲିଦେଲେ

ବମ୍ବେ: ଚର୍ଚ୍ଚାରେ ବୋଲ୍ଡ ଲୁକ୍‌କୁ ନେଇ ଖବର ଶିରୋନାମା ପାଲଟୁଥିବା ଉର୍ଫି ଜାଭେଦ। ସେ ଜଣେ କାଷ୍ଟିଂ ନିର୍ଦ୍ଦେଶକଙ୍କ ନାମରେ କାଷ୍ଟିଂ କାଉଚ୍‌ ତଥା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାପରେ ଅନେକ ଅଭିନେତା ତାଙ୍କ ସପକ୍ଷରେ ବାହାରୁଥିବା ଦେଖାଯାଇଛି।

ସୋସିଆଲ ମିଡିଆ ସେନସେଶନ ଉର୍ଫିଙ୍କୁ ଆବେଦ ଆଫ୍ରିଦି ନାମକ ଜଣେ ନିର୍ଦ୍ଦେଶକ କାଷ୍ଟ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ରାତି କଟାଇବାକୁ ଦାବି କରିଥିବା ସେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଆବେଦଙ୍କ ସହ ହ୍ବାଟ୍ସଆପ୍‌ ଜରିଆରେ ହୋଇଥିବା ଚାଟ୍‌ର ସ୍କ୍ରିନସଟ୍‌ ଶେୟାର କରିଛନ୍ତି। ସେଥିରୁ କାମ ବଦଳରେ ଉର୍ଫିଙ୍କୁ ସେ କମ୍ପ୍ରମାଇଜ୍‌ କରିବାକୁ କହୁଥିବା ସ୍ପଷ୍ଟ ହେଉଛି।

ଆବେଦଙ୍କ ବିରୋଧରେ ଉର୍ଫି ସ୍ବର ଉଠାଇବା ପରେ ଅନେକ ଯୁବତୀ ମଧ୍ୟ ସାମ୍ନାକୁ ଆସି ସମାନ ଅଭିଯୋଗ କରୁଛନ୍ତି। ସେମାନେ ମଧ୍ୟ ତାଙ୍କ ସହ ଥିବା ହ୍ବାଟ୍ସଆପ୍‌ ଚାଟ୍‌ର ସ୍କ୍ରିନ୍‌ ସଟ୍‌ ଶେୟାର କରିଛନ୍ତି। ଏହାକୁ ଉର୍ଫି ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ରି-ଶେୟାର କରିଛନ୍ତି।

ଅପରପକ୍ଷେ ନିଜ ଉପରେ ଲାଗିଥିବା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କାଷ୍ଟିଂ ନିର୍ଦ୍ଦେଶକ। ତାଙ୍କଠାରୁ କାମ ହାସଲ କରିବା ପରେ ଲୋକେ ଭୁଲି ଯାଆନ୍ତି। ଏପରିକି ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣନ୍ତି ବୋଲି ସେ କହିଛନ୍ତି।

Share