ଭିନ୍ନ ପୋଷାକ ପିନ୍ଧିବା ଅପରାଧ ନୁହେଁ: ଉର୍ଫି

ବମ୍ବେ: ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ଭାଜପା ନେତ୍ରୀ ଚିତ୍ରା ଓ୍ବାଘ ତାଙ୍କ ପୋଷାକ ପରିଧାନକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ମୁମ୍ବାଇ ପୋଲିସ ଉର୍ଫିଙ୍କୁ ନୋଟିସ ପଠାଇଥିଲା। ଏବେ ଉର୍ଫି ମୁମ୍ବାଇ ପୋଲିସ ନିକଟରେ ନିଜ ଯୁକ୍ତି ଉପସ୍ଥାପନ କରିଛନ୍ତି।

ଉର୍ଫି କହିଛନ୍ତି, ମୁଁ ଜଣେ ସ୍ବତନ୍ତ୍ର ମଣିଷ। ମୋତେ ଶୁଟ୍‌ କରିବା ଏବଂ ଅଲଗା ପୋଷାକ ପିନ୍ଧିବା ପସନ୍ଦ। ଆମ ସମ୍ବିଧାନରେ ଏହା ଭୁଲ ନୁହେଁ। ଯେତେବେଳେ ମୁଁ ଏଭଳି ଶୁଟ୍‌ କରିବାକୁ ବାହାରକୁ ଆସେ, ପାପାରାଜି ମୋର ଫଟୋ ଉଠାଇଥାନ୍ତି। ସେସବୁ ଫଟୋ ଭାଇରାଲ ହୋଇଥାଏ। ମୁଁ ତାକୁ ଭାଇରାଲ କରି ନ ଥାଏ।

Share