ଭଗବତ ଗୀତା ପଢୁଛନ୍ତି ଉର୍ଫି ଜାଭେଦ

ବିଗ ବସ ଓଟିଟି ଫେମ୍‌ ଉର୍ଫି ଜାଭେଦଙ୍କୁ ଏବେ ବିବାହ ଚିନ୍ତା ପଡିଛି। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିବାହ ପାଇଁ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। କଦାପି ମୁସଲମାନ ପୁରୁଷଙ୍କୁ ବିବାହ କରିବେ ନାହିଁ ବୋଲି କହିଛନ୍ତି ଉର୍ଫି। କାରଣ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଥିବା ଅଧିକାଂଶ ଲୋକ ମୁସଲମାନ ୟୁଜର୍ସ।
ଉର୍ଫି ଜାଭେଦ କହିଛନ୍ତି, ମୁଁ ଜଣେ ମୁସଲମାନ ଝିଅ। ମୁଁ ପାଇଥିବା ଅଧିକାଂଶ ଅଶ୍ଳୀଳ ମନ୍ତବ୍ୟ ମୁସଲମାନ ଲୋକଙ୍କଠାରୁ ଆସିଛି। ସେମାନେ କହୁଛନ୍ତି ମୁଁ କୁଆଡେ ଇସଲାମର ଭାବମୂର୍ତ୍ତିକୁ ଅପମାନିତ କରୁଛି। ସେମାନେ ମୋତେ ଘୃଣା କରନ୍ତି। କାରଣ ମୁସଲମାନ ପୁରୁଷମାନେ ଚାହାଁନ୍ତି ଯେ ସେମାନଙ୍କର ମହିଳାମାନେ ଏକ ନିର୍ଦ୍ଦିଷ୍ଟ ଆଚରଣ କରନ୍ତୁ । ସେମାନେ ସମସ୍ତ ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ଏହି କାରଣରୁ ମୁଁ ଇସଲାମ ଧର୍ମରେ ବିଶ୍ୱାସ କରେ ନାହିଁ। କେବଳ ଏତିକି ନୁହେଁ,ମୁଁ କୌଣସି ଧର୍ମ ଅନୁସରଣ କରେ ନାହିଁ। କାହା ଉପରେ ଧର୍ମ ନିୟମ ମାନିବାକୁ ବାଧ୍ୟ କରାଯିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।
ଉର୍ଫି ଜାଭେଦ ଏବେ ଭଗବଦ ଗୀତା ବର୍ତ୍ତମାନ ଭଗବଦ ଗୀତା ପଢୁଛନ୍ତି। ସେ ହିନ୍ଦୁ ଧର୍ମ ଉପରେ ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି।

Share