ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଉର୍ଫି

ମୁମ୍ବାଇ: ବିଗ୍‌ବସ ଓଟିଟି ଫେମ ଉର୍ଫି ଜାଭେଦ ସବୁବେଳେ ତାଙ୍କର ଷ୍ଟାଇଲ ଓ ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅନେକ ସମୟରେ ସେ ତାଙ୍କର ଡ୍ରେସିଂ ଷ୍ଟାଇଲକୁ ନେଇ ଟ୍ରୋଲ ମଧ୍ୟ ହୁଅନ୍ତି । ହେଲେ ଏଥର ସେ ଟ୍ରୋଲକୁ ନେଇ କଡା ଜବାବ ଦେଇଛନ୍ତି।

ନିକଟରେ ଉର୍ଫି ଏକ ବ୍ଲାକ କଲରର କ୍ରସ୍‌ କଟିଂ ଡ୍ରେସ ପିନ୍ଧି ଫଟୋ ଏବଂ ଭିଡିଓ ସେୟାର କରିଥିଲେ । ଏହା ଅପଲୋଡ ହେବା ସଙ୍ଗେସଙ୍ଗେ ବେଶ୍‌ ଭାଇରାଲ ହୋଇଥିଲା । ଏହାପରେ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ହେଲେ ଏଥର ଟ୍ରୋଲ ହୋଇ ଚୁପ ରହି ନାହାଁନ୍ତି ଉର୍ଫି । ସିଧାସିଧା ସେ ଏହାର ଜବାବ ଦେଇଛନ୍ତି କହିଛନ୍ତି ଯେ, ଏମିତି ବେକାର କଥା ତାଙ୍କ ଉପରେ କେବେ ଫରକ ପକାଏନି , ନ ବୁଝିବା ଲୋକଙ୍କ ଚିନ୍ତାଧାରାକୁ ନେଇ ସେ କେବେ ଚିନ୍ତା କରନ୍ତି ନାହିଁ। ଯଦି ମୁଁ ଲୋକଙ୍କ ପସନ୍ଦ ଅନୁଯାୟୀ ବି କିଛି ପିନ୍ଧିବି, ତେବେ ବି ମତେ ଟ୍ରୋଲ କରାଯିବ ।

Share