ପ୍ରଥମେ ହତ୍ୟା ଧମକ ପରେ ‘ରେଷ୍ଟ ଇନ୍‌ ପିସ୍‌ ଉର୍ଫି’ ପୋଷ୍ଟ; ଚିନ୍ତାରେ ଅଭିନେତ୍ରୀ

ବମ୍ବେ: ନିଜର ଅଜବ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଷ୍ଟୋରୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ସେ ଉଦୟପୁରରେ ହୋଇଥିବା କହ୍ନେୟାଲାଲ ହତ୍ୟାକାଣ୍ଡକୁ କଡ଼ା ଭତ୍ସନା କରିଥିଲେ। ଏହାପରେ ତାଙ୍କ ନିକଟକୁ ଧମକ ସହ ଅସଭ୍ୟ ମେସେଜ ଆସିଥିଲା। ଆଉ ଏବେ ସେ ଆତ୍ମହତ୍ୟା କରିଥିବା ନେଇ କିଛି ଲୋକ ପୋଷ୍ଟ କରିଛନ୍ତି। ଏହାର ଏକ ଫଟୋ ଉର୍ଫି ଶେୟାର କରି ଚିନ୍ତା ପ୍ରକଟ କରିଛନ୍ତି।

ପୋଷ୍ଟରେ ବ୍ୟକ୍ତିଜଣଙ୍କ ଉର୍ଫିଙ୍କ ଫଟୋ ସହ ଅନ୍ୟ ଏକ ଫାଶି ଦେବା ବେଳର ଫଟୋକୁ ଯୋଡ଼ିଥିବା ଦେଖାଯାଇଛି। କ୍ୟାପ୍‌ଶନରେ -ରିପ୍‌ ଉର୍ଫି ଜାଭେଦ ଲେଖାଯାଇଛି। ଏପରିକି ଏହି ମିଥ୍ୟା ଖବରରେ କେହି କମେଣ୍ଟ କରି ଉର୍ଫିଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ସମର୍ଥନ ଦେଉଥିବା ଲେଖିଛନ୍ତି। ଏହାକୁ ଶେୟାର କରି ପ୍ରଥମେ ଜୀବନରୁ ମାରି ଦେବାକୁ ଧମକ ପରେ ଏବେ ଏସବୁ….ଦୁନିଆରେ ଏସବୁ କ’ଣ ହେଉଛି ବୋଲି ଉର୍ଫି ପ୍ରଶ୍ନ କରିଛନ୍ତି।

Share