ପୁଣି ଟ୍ରୋଲ୍‌ ହେଲେ ଉର୍ଫି

ମୁମ୍ବାଇ: ପ୍ରତ୍ୟେକ ଥର ଉର୍ଫି ଜାଭେଦ ତାଙ୍କ ଡ୍ରେସ୍‌କୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ଏଥର ମଧ୍ୟ ଉର୍ଫି ତାଙ୍କ ଲୁକ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଉର୍ଫି ଏକ ପତଳା ସୂତା ଡୋରରେ ଫୁଲ ଲାଗିଥିବା ବ୍ଲାଉଜ ପିନ୍ଧିଛନ୍ତି। ତାଙ୍କର ଏପରି ଲୁକ୍‌ ଦେଖି ଲୋକମାନେ ଖୁବ୍‌ ମଜା ଉଡ଼ାଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ମୁସ୍‌ଲିମ୍‌ ନାମରେ କଳଙ୍କ।’ ଆଉ ଜଣେ ଲେଖିଛନ୍ତି, ‘ତୁମେ ଏମିତି କାହିଁକି କରୁଛ?’

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ତୁମକୁ ଲାଜ ନାହିଁ? ସେହିପରି ଆଉ ଜଣେ କହିଛନ୍ତି, ପ୍ରସିଦ୍ଧ ହେବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। ଉର୍ଫିଙ୍କ ଏହି ଭିଡିଓରେ ଆହୁରି ଅନେକ ମନ୍ତବ୍ୟ ଦେଖିବାକୁ ମିଳିଛି।

Share