ଏଥର ରଶିରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷକରି ତାଙ୍କର ଡ୍ରେସ୍‌କୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିଥାନ୍ତି। ଏବେ ଉର୍ଫିଙ୍କୁ ବିମାନବନ୍ଦରରେ ସ୍ପଟ୍‌ କରାଯାଇଥିଲା। ସେ ରଶିରେ ତିଆରି ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି।

ଏହା ଦେଖି ଲୋକେ ତାଙ୍କ ଉପରେ ଖପ୍ପା ହୋଇଛନ୍ତି। କିଛି ଲୋକ କହିଛନ୍ତି ୟାଙ୍କୁ ବ୍ୟାନ୍‌ କର ବା ଉର୍ଫିଙ୍କ ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି କହିଛନ୍ତି। ଉର୍ଫି ଏପରି ଡ୍ରେସ୍‌ ପିନ୍ଧିବା ସହ କଳା ରଙ୍ଗର ଚଷମା ଏବଂ ହାଇ ହିଲ ପିନ୍ଧିଛନ୍ତି।

ଫଟୋଗ୍ରାଫର ଭାଇରାଲ ଭାୟାନି ଇନ୍‌ଷ୍ଟାଗ୍ରାମରେ ଉର୍ଫି ଜାଭେଦଙ୍କ ଏକ ବୋଲ୍ଡ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ଶେୟାର ହେବାର କିଛି ଘଣ୍ଟା ମଧ୍ୟରେ ୨୫୦୦୦ରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ଲୋକ ଏଥିପାଇଁ ଉର୍ଫିଙ୍କୁ ମଧ୍ୟ ଟ୍ରୋଲ କରିଛନ୍ତି। ଜଣେ ଲେଖିଛନ୍ତି, ‘ଫଟୋଗ୍ରାଫର ତାଙ୍କ ନାମ ଉର୍ଫିଙ୍କ ପାଗଳାମିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି।’ ଆଉ ଜଣେ ଲେଖିଛନ୍ତି, ‘ଏହି ମହିଳାଙ୍କୁ ନିଷେଧ କରାଯାଇପାରିବ ନାହିଁ?’ ଜଣେ ଲେଖିଛନ୍ତି, ‘ସେ ପ୍ରତିଦିନ ବିମାନ ବନ୍ଦରରେ କ’ଣ କରିବାକୁ ଯାଆନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ‘ଏଥିପାଇଁ ତୁମେ କେତେ ଟଙ୍କା ପାଇବ?’

ଉର୍ଫି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରାୟତଃ ତାଙ୍କର ଅଜବ ଡ୍ରେସ୍‌କୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ତଥାପି ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ ବୋଲି ଉର୍ଫି ବେପରୁଆ ଭାବରେ ଉତ୍ତର ଦିଅନ୍ତି।

Share