ନିର୍ଯାତନା ଦେଉଥିଲେ ବାପା,ଏଭଳି ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ କିଏ ବା ନ ଜାଣେ। ନିଜର ଫ୍ୟାଶନ୍‌କୁ ନେଇ ସବୁଆଡେ ଚର୍ଚ୍ଚାରେ ରୁହନ୍ତି। ଅନେକ ସମୟରେ ଏଥିପାଇଁ ଟ୍ରୋଲର ମଧ୍ୟ ଶିକାର ହେବାକୁ ପଡିଛି। ତଥାପି, ତାଙ୍କ ଉପରେ କୌଣସି ପ୍ରଭାବ ପଡେନାହିଁ। ହେଲେ ଏକ ସମୟରେ ସେ ବହୁତ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନଜର ଆସିଥିଲେ। ଯେଉଁଥିରେ ସେ ତାଙ୍କ ବାପାଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ଉର୍ଫି କହିଛନ୍ତି, ମୋ ବାପା ମୋତେ ଦୁଇ ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଯେତେବେଳେ ଏକାଦଶରେ ପଢୁଥିଲି, କେହି ଜଣେ ମୋ ଫଟୋକୁ ଆଡଲ୍ଟ ସାଇଟରେ ରଖିଥିଲେ, ଯାହା ପରେ ପରିବାର ସଦସ୍ୟ ମଧ୍ୟ ସମର୍ଥନ କରି ନ ଥିଲେ। ଏହା ମୋ ପାଇଁ ଅତ୍ୟନ୍ତ କଠିନ ସମୟ ଥିଲା, କାରଣ ସେହି ସମୟରେ ପରିବାରର କୌଣସି ସମର୍ଥନ ନ ଥିଲା। ଏଥିସହ ମୋତେ ପର୍ଣ୍ଣ ଷ୍ଟାର ମଧ୍ୟ କୁହାଯାଉଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଲୋକମାନେ ମୋତେ ଖରାପ କରି ଡାକନ୍ତି। ମୋର କିଛି କହିବାର ସ୍ବାଧୀନତା ନ ଥିଲା। ୧୭ ବର୍ଷ ଧରି ମୋତେ କୁହାଯାଇଥିଲା କି ପୁରୁଷ ଯାହା କୁହନ୍ତି ତାହା ଠିକ୍‌ , ଝିଅମାନେ କିଛି କହିପାରିବେ ନାହିଁ। । ମୁଁ ଜାଣି ନ ଥିଲି ମୋର ନିଜର ବି ସ୍ବର ଅଛି। ଯେତେବେଳେ ମୁଁ ମୋ ଘର ଛାଡି ବାହାରକୁ ଆସିଲି,ବଞ୍ଚିବା ପାଇଁ ମୋତେ ବହୁତ ସମୟ ଲାଗିଲା କିନ୍ତୁ ବର୍ତ୍ତମାନ ମୋର ବ୍ୟକ୍ତିତ୍ୱ ସାମ୍ନାକୁ ଆସିଛି ,ଯାହାକୁ ମୁଁ ବର୍ତ୍ତମାନ ଆଉ ରୋକିବିନି।

Share