ଭୋଟ ବର୍ଜନ ନିଷ୍ପତ୍ତି ପରେ ତତ୍ପରତା

ପଦ୍ମପୁର,୧୧।୧୧(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକ ବଇଦପାଲି ଗ୍ରାମବାସୀ ରାସ୍ତା ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ କରିବାକୁ ଚେତାବନୀ ଦେବା ପରେ ପ୍ରଶାସନ ତତ୍ପର ହୋଇପଡିଛି। ଗୁରୁବାର ରାଜବୋଡାସମ୍ବର ବିଡ଼ିଓ ବିଶ୍ୱନାଥ ସାହୁ ବଇଦପାଲିରେ ପହଞ୍ଚତ୍ ରାସ୍ତା ନିରୀକ୍ଷଣ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଉକ୍ତ ରାସ୍ତାଟି ପଞ୍ଚାୟତ ଅଧୀନରେ ରହିଛି। କିନ୍ତୁ ନୂଆପାଲି କ୍ଷୁଦ୍ର ଜଳସେଚନ ବିଭାଗ ପୋଖରୀ ଖୋଲିବା ସମୟରେ ମାଟି ଖୋଳି ରାସ୍ତା ଉପରେ ପକାଇଥିବାରୁ ରାସ୍ତା ତିଆରି ସମ୍ଭବ ହୋଇପାରୁନାହିଁ। ବିଡ଼ିଓ ଉକ୍ତ ବିଭାଗ ସହ ଆଲୋଚନା କରି ରାସ୍ତା ତିଆରି ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନନ୍ତ ପଟେଲ, ଶତ୍ରୁଘ୍ନ ନେଟୀ, ଈଶ୍ୱର ନେଟୀ, ପଞ୍ଚାନନ ନେଟୀ, ଅଶ୍ୱିନୀ ଧରୁଆ, ଦିବ୍ୟ ସାହୁ, ଠାକୁର ନେଟୀ ଓ ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Share