ଉରି,୨୮ ।୯: ଉତ୍ତର କଶ୍ମୀର ଏଲ୍ଓସିର ଉରି ସେକ୍ଟରରେ ସେନା ପାକିସ୍ତାନରୁ ଆସିଥିବା ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ କୋଟିଏ ଏକେ ୪୭ ରାଇଫଲ, ୨ ଗ୍ରେନେଡ ଓ ଏକ ରୋଡିଓ ସେଟ୍ ମିଳିଥିବା ମେଜର ଜେନରାଲ କହିଛନ୍ତି । ସୀମାରେ ୯ ଦିନ ହେବ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ ଜାରି ରହିଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ସୂଚନା ମିଳିବା ପରେ ଅପରେଶନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀଙ୍କ ସହ ସେନାର ମୁହାଁମୁହିଁ ହୋଇଯାଇଥିଲା । ଏହି ଅପରେଶନରେ ଜଣେ ଆତଙ୍କବାଦୀଙ୍କୁ ଜୀବନ୍ତ ଧରିଥିବା ବେଳେ ସେନାର ସର୍ଚ୍ଚ ଅପରେଶନ ଜାରି ରହିଛି ବୋଲି ଜଣାପଡିଛି । ସୀମାରେ ୪ ଜଣ ଆତଙ୍କବାଦୀ ଥିବା ଜଣାପଡିବା ପରେ ସର୍ଚ୍ଚ ଅରେଶନ ଆରମ୍ଭ କରାଯାଇଥିଲା । ଆଉ ଜଣେ ଧରାପଡିବା ପରେ ଅନ୍ୟମାନେ ପାକିସ୍ତାନ ଆଡକୁ ପଳାଇ ଯାଇଥିବା ସେନା କହିଛି । ଧରା ପଡିଥିବା ଆତଙ୍କବାଦୀ ଜଣଙ୍କ ଲସ୍କଣ-ଇ-ତୋଏବାର ବୋଲି କୁହାଯାଉଛି । ଅଲି ବାବର ନାମକ ଏହି ଆତଙ୍କବାଦୀ ଜଣଙ୍କ ପାକିସ୍ତାନ, ପଞ୍ଜାବର ବାସିନ୍ଦା ବୋଲି ଜଣାପଡିଛି । ସେ ଉରି ଭଳି ପୁଣି ଏକ ଆକ୍ରମଣର ଯୋଜନା କରୁଥିବା ସେନା କହିଛି । ତେଣୁ ଏହା ପୁଣିଥରେ ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇଛି ।