ମେ ୧୪ରେ ତୁର୍କିରେ ନିର୍ବାଚନ

ଅଙ୍କାରା,୨୩ ।୧: ତୁର୍କିର ରାଷ୍ଟ୍ରପତି ରେସେପ ତଇପ ଏର୍ଦେଗନ ରବିବାର ଘୋଷଣା କରିଛନ୍ତି, ଯେ ନିର୍ଦ୍ଧାରିତ ସମୟର ୧ ମାସ ପୂର୍ବରୁ ମେ ୧୪ରେ ନିର୍ବାଚନ ହେବ । ରବିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଏହି ସୂଚନା ସାମ୍ନାକୁ ଆସିଛି । ଏଦର୍ଗନ ଉତ୍ତର-ପଶ୍ଚିମ ବର୍ସା ଅଞ୍ଚଳରେ ଶନିବାର ଏକ ଯୁବ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମର ଏକ ଭିଡିଓ ରବିବାର ଜାରି କରାଯାଇଛି । ସୂଚନାଯୋଗ୍ୟ, ଏର୍ଦଗନ ପୁଣିଥରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଏର୍ଦଗନ କହିଛନ୍ତି, ଏହା ମୋର ସୌଭାଗ୍ୟ ଯେ ଆମେ ଅପାଣଙ୍କ ସହ ଓ ଆମର ମୂଲ୍ୟବାନ ଯୁବକଙ୍କ ସହ, ୧୪ ମେ’କୁ ହେବାକୁ ଯାଉଥିବା ନିର୍ବାଚନରେ ପ୍ରଥମଥର ଲାଗି ମତଦାନ କରିବେ, ଆମ ଭବିଷ୍ୟତ ନିର୍ଦ୍ଧାରଣ କରିବୁ । ଏର୍ଦଗାନ ବର୍ସାରେ ଯୁବକଙ୍କ ସହ କରିଥିବା ବୈଠକରେ ଏକ ଭିଡିଓରେ କହିଛନ୍ତି, ଏହି ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ନୁହେଁ ବରଂ ଏହାକୁ ଆଗକୁ ନେଇ ଆସିଛି । ଏହି ଭିଡିଓକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି ।

Share