ଉର୍ମିଳା କିଣିଲେ ୩ କୋଟି ଟଙ୍କାର ଅଫିସ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ର।।ୱତ କାହା ଉପରେ ବର୍ଷିବାକୁ ହେଲେ ସେ କିଛି ଦେଖନ୍ତି ନାହିଁ । ଏମିତିକି ସେଲିବ୍ରିଟିଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ କଙ୍ଗନା ଏବେ ସମସ୍ତଙ୍କୁ କିଛି ନା କିଛି ଶୁଣାଉଛନ୍ତି । ଏଥର ସେ ଅଭିନେତ୍ରୀ ତଥା ଶିବସେନା ନେତା ଉର୍ମିଳା ମାତୋଣ୍ଡକରଙ୍କୁ ଟାର୍ଗେଟ କରିଛନ୍ତି । ଉର୍ମିଳା ଓ କଙ୍ଗନାଙ୍କ ମଧ୍ୟରେ ବିବାଦ ବହୁ ପୁରୁଣା । ହେଲେ ଗତ କିଛି ସପ୍ତାହ ହେବ କଙ୍ଗନା ନିରନ୍ତର ଭାବେ ଉର୍ମିଳାଙ୍କୁ ଟାର୍ଗେଟ କରି ଆସୁଛନ୍ତି । ନିକଟରେ କଂଗ୍ରେସ ଛାଡି ଶିବସେନାରେ ସାମିଲ ହୋଇଥିବା ଉର୍ମିଳା ଏକ ନୂଆ ଅଫିସ ଘର କିଣିଛନ୍ତି । ଯାହାର ମୂଲ୍ୟ ରହିଛି ୩ କୋଟି ଟଙ୍କା । ଏହାକୁ ନେଇ କଙ୍ଗନା କହିଛନ୍ତି ଭାରତୀୟ ଜନତା ପାଟିଁ(ଭଜପା)ଠାରୁ କୌଣସି ଲାଭ ନାହିଁ । ହେଲେ ଉର୍ମିଳାଙ୍କୁ କଂଗ୍ରେସ ଦଳ ଯୋଗୁ ଭଲ ଲାଭ ମଳିଲା । ଏହାସହ କଙ୍ଗନା ଲେଖିଛନ୍ତି ମୁଁ ମୋ ନିଜ ଅର୍ଜିତ ଅର୍ଥରେ ଘର କିଣିଥିଲି ହେଲେ ଏବେ କଂଗ୍ରେସ ଏହାକୁ ଭାଙ୍ଗି ଦେଉଛି । ଭାଜପାକୁ ପ୍ରସନ୍ନ କରିବାକୁ ମୋ ହାତରେ କେବଳ ୨୦-୫୦ ମାମଲ ରହିଛି । ମୁଁ ଯଦି ସେତିକି ଜ୍ଞାନି ହୋଇଥାଆନ୍ତି ତେବେ କଂଗ୍ରେସକୁ ପ୍ରସନ୍ନ କରି ପାରି ଥାଆନ୍ତି । ହେଲେ ମୁଁ ସବୁଠାରୁ ବଡ ବୋକା ବୋଲି କହିଛନ୍ତି କଙ୍ଗନ । ନଚେତ୍ ମୁଁ ଭର୍ମିଳାଙ୍କ ଭଳି ୩ କୋଟିର ଘର କିଣି ପାରିଥାଆନ୍ତି ।

Share