ଗଞ୍ଜାମ,୧୨।୧୦(ଡି.ଏନ.ଏ.): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଏନ୍ଏସି ମହିଳା ସଭାନେତ୍ରୀ ଭାବେ ପୁଣି ଉର୍ମିଳା ପଲାଇ ମନୋନୀତ ହୋଇଛନ୍ତି। ଏଥିପାଇଁ ସେ ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବି ବୋଲି ମହିଳା ସଭାନେତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପ୍ରକାଶ ଯୋଗ୍ୟ, ମହିଳା ସଭାନେତ୍ରୀ ପଲାଇ ଦୁଇ ଦୁଇ ଥର ଏନ୍ଏସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ଦେଇଛନ୍ତି ମୁଁ ତାହା ସୁଚାରୁରୂପେ ତୁଲାଇବାକୁ ଚେଷ୍ଟା କରିବେ ବୋଲି ସେ ସୂଚନା ଦେଇଛନ୍ତି।