ଜଜ ହେବେ ଉର୍ମିଳା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣିଥରେ ଛୋଟ ପରଦାରେ ଦେଖାଦେବେ । କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡିସୁଜାଙ୍କ ସହ ରିୟଲିଟି ଶୋ’ ଡିଆଇଡି ସୁପରମମ୍ସର ନୂଆ ସିଜନରେ ଉର୍ମିଳା ଜଜ ହେବେ ବୋଲି ଜଣାପଡିଛି ।
ଡିଆଇଡି ସୁପରମମ୍ସକୁ ଜଜ କରିବାକୁ ଯାଉଥିବା ଉର୍ମିଳା କହିଛନ୍ତି ୧୫ ବର୍ଷ ପରେ ହିନ୍ଦୀ ଜିଇସିରେ ମୁଁ ଡିଆଇଡି ସୁପରମମ୍ସର ଜଜ ହେବାକୁ ଯାଉଛି । ଏହି ନୂଆ ଯାତ୍ରାକୁ ନେଇ ସେଖୁବ ଉତ୍ସାହିତ ଥିବା କହିଛନ୍ତି । ସେ କହିଛନ୍ତି ମୁଁ ଏହି ଶୋ’ରେ ଜଜ ହୋଇ ଖୁସି ହେବା କାରଣ ହେଉଛି ଏହି ମଞ୍ଚରେ ସେହି ମହିଳାଙ୍କୁ ଦେଖିବାକୁ ମିଳିବ ଯେଉଁମାନେ ସେମାନଙ୍କ ସ୍ୱପ୍ନ ପୂରଣ ହେବାର ଆଶା ରଖିଛନ୍ତି ।
ଏହି ଶୋ’ ମୋପାଇଁ ନାରୀତ୍ୱର ଉତ୍ସବ ମନାଇବାର ଏକ ସୁନ୍ଦର ଅବସର ବୋଲି ଉର୍ମିଳା କହିଛନ୍ତି । ତେବେ ରେମୋ ଡିସୁଜାଙ୍କ ସହ ଏହି ଶୋ’ର ଜଜ ହେବା ସହ କେତେଜଣ ମହିଳାଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ସେ ଏକସାଇଟେଡ ଥିବା କହିଛନ୍ତି ।
ସୂଚନାଯୋଗ୍ୟ, ଏହି ରିୟଲିଟି ଶୋ’ର ଅଡିଶନ ସାରା ଦେଶରେ ଆରମ୍ଭ ହୋଇ ସାରିଛି । ଖୁବଶୀଘ୍ର ଏହା ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରଣ କରାଯିବ ।

Share