ଉର୍ମିଳାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ

ମୁମ୍ବାଇ,୧୭ ।୧୨: ବଲିଉଡ୍ ନାୟିକା ତଥା ରାଜନେତା ଉର୍ମିଳା ମାତୋଣ୍ଡକରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ଏହି ସୂଚନା ନିଜେ ଉର୍ମିଳା ଦେଇଛନ୍ତି । ଆକାଉଣ୍ଟ ହ୍ୟାକ ହେବା ପରେ ଏ ନେଇ ଅଭିନେତ୍ରୀ ମହାରାଷ୍ଟ୍ର ପୋଲିସର ସାଇବର ସେଲରେ ଅଭିଯୋଗ କରିଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହେବା ପରେ ସେ ଏହି ସୂଚନା ଟୁଇଟର ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି । ତେବେ ତାଙ୍କ ଆକାଉଣ୍ଟ ହ୍ୟାକ ହେବା ପରେ ସମସ୍ତ ପୋଷ୍ଟ ଡିଲିଟ ହୋଇଯାଇଛି । ସେଥିରେ ସେ ତାଙ୍କର ପର୍ସନାଲ ଓ ଅଫିସିଆଲ ଫଟୋ ଭିଡିଓ ଆଦି ଶେୟାର କରୁଥିବା ବେଳେ ଏବେ ସେଥିରେ କିଛି ତଥ୍ୟ ବା ଫଟୋ ନ ଥିବା ଦେଖାଯାଇଛି ।

Share