କମେଡି ଶୋ’ରେ ନଜର ଆସିବେ ଉର୍ମିଳା

ମୁମ୍ବାଇ: ବଲିଉଡର ରଙ୍ଗିଲା ଗର୍ଲ ଉର୍ମିଲା ମାତୋଣ୍ଡକର କିଛି ଦିନ ହେଲା ବଡ ପରଦାରୁ ଦୂରେଇ ରହିଥିବା ବେଳେ ଏବେ ସେ ରାଜନୀତିରେ ପାଦ ରଖିଛନ୍ତି । ହେଲେ ତାଙ୍କ ପ୍ରଶଂସକ ତାଙ୍କୁ ପରଦାରେ ଦେଖିବାକୁ ଅପେକ୍ଷା ରଖିଛନ୍ତି । ଏଥର ଉର୍ମିଳା ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି । ଏହି ୱିକଏଣ୍ଡରେ ଉର୍ମିଳା ‘ଜି କମେଡି ଶୋ’ରେ ନଜର ଆସିବେ । ଏହି ସୂଚନା ନିଜେ ଉର୍ମିଳା ଦେଇଛନ୍ତି । ଶୋକୁ ନେଇ ନିଜ ଅନୁଭବ କଥା କହିଛନ୍ତି ଉର୍ମିଳା । ସେ କହିଛନ୍ତି ବାସ୍ତବରେ ମୁଁ କମେଡି ଶୋ’ର ପୂରା ମଜା ନେଇଛି । କମେଡିଆନଙ୍କ ଦ୍ୱାରା କରାଯାଇଥିବା ସବୁକାର୍ଯ୍ୟ ଭଲ ହୋଇଥାଏ । ଆଉ ସେମାନଙ୍କ ପ୍ରଦର୍ଶନ ଦେଖି ବହୁତ ମଜା ଆସିଲା । ଏହି ଶୋ’ରେ ଉର୍ମିଳା ତାଙ୍କ ଜୀବନି ଓ କ୍ୟାରିୟର କଥା ଆଲୋଚନା କରିଛନ୍ତି । ଭଲ ଡ୍ୟାନ୍ସ କରୁଥିବା ଉର୍ମିଳା କମେଡି ଶୋ’ରେ ନିଜ ଡ୍ୟାନ୍ସ ମୁଭ ବି ଦେଖାଇଛନ୍ତି ।

Share