ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ

ଜମ୍ମୁ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ମଙ୍ଗଳବାର ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର ସାମିଲ ହୋଇଛନ୍ତି। ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ସକାଳେ ଜମ୍ମୁର ନାଗ୍‌ରୋଟା ସହରରୁ ଆରମ୍ଭ ହୋଇଥିଲା। ଉର୍ମିଲା ମାତୋଣ୍ଡକର କଡ଼ା ସୁରକ୍ଷାରେ ସକାଳ ପ୍ରାୟ ୮ଟା ବେଳେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ସମୟରେ କଂଗ୍ରେସ କର୍ମୀ ଓ ସମର୍ଥକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ରାସ୍ତା କଡ଼ରେ ଛିଡା ହୋଇଥିଲେ। ଅଭିନେତ୍ରୀ ପାରମ୍ପାରିକ କଶ୍ମୀର ଫେରେନ ଏବଂ ବିନି କ୍ୟାପ ପିନ୍ଧି ରାହୁଲ ଗାନ୍ଧୀଙ୍କ ଯାତ୍ରା କରିଥିଲେ। ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ସହ ଉର୍ମିଲାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share